Categories: ଜାତୀୟ

ତାମିଲନାଡୁ ମୁହାଁ ମାଣ୍ଡୁସ…

ଚେନ୍ନାଇ,୮।୧୨ : ସାମୁଦ୍ରିକ ଝଡ଼ ମାଣ୍ଡୁସ ତାମିଲନାଡୁ ମୁହାଁ ହେବାରେ ଲାଗିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଣ୍ଡୁସ ଅଧିକ ଉଗ୍ର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ରୂପ ନେଇପାରେ।

ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଜିଲାଗୁଡିକରେ ଆସନ୍ତା ତିନି ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ହେବାରେ ଲାଗିଛନ୍ତି। କରିଛନ୍ତି। ରାଜ୍ୟର ସମସ୍ତ ଜିଲା କଲେକ୍ଟରମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ୬ଟି ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି।

ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲାରେ ୫୦୦୦ରୁ ଅଧିକ ରିଲିଫ କ୍ୟାମ୍ପ ଖୋଲିଛନ୍ତି। ଶିବିରରେ ରହୁଥିବା ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସମେତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ବର୍ଷାର ପ୍ରଭାବ ଉପରେ ନଜର ରଖିବା ପାଇଁ ଏକ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି, ଯାହା ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ଏବଂ ଏହାର ପ୍ରଭାବ ଉପରେ ନଜର ରଖିବ।

Share