ଶାହାରୁଖ୍‌ଙ୍କ ଗୀତ ତାଳେ ତାଳେ ନାଚିଲେ ମନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଏବଂ ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତାଙ୍କର ବିବାହ ଗୁରୁବାର ଗୋଆରେ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଛି। ତେବେ ଆଜି ମୌନୀଙ୍କର ହଳଦୀ ଉତ୍ସବ ହୋଇଥିଲା। ତେବେ ହଳଦୀ ଉତ୍ସବର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହରେ ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ, ମିଟ ବ୍ରଦର୍ସ ଏବଂ ଓମକାର କପୁର ଭଳି ସେଲିବ୍ରିଟି ଯୋଗ ଦେଉଛନ୍ତି ବୋଲି ଜଣାପଡିଛି। ନିକଟରେ ମୌନୀଙ୍କର ହଳଦୀ ଉତ୍ସବରେ ମନ୍ଦିରା ବେଦୀ ମେହେନ୍ଦୀ ଲାଗା କେ ରାଖନା ଏବଂ ଦିଲୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ ଭଳି ଗୀତରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ମନ୍ଦିରା ଏକ ହଳଦିଆ ଟ୍ୟୁବ ଟପ୍‌ ଏବଂ ଲେହେଙ୍ଗାରେ ନଜର ଆସୁଥିଲେ। ମୌନୀ ମଧ୍ୟ ଏକ ଧଳା ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

 

Share