‘ସଂସାର’ ଜରିଆରେ ଫେରୁଛନ୍ତି ମନ୍ଦିରା

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରୁଛନ୍ତି ମନ୍ଦିରା ବେଦୀ। ଏକତା କପୁରଙ୍କ ଶୋ’ ‘ସଂସାର’ରେ ସେ ନଜର ଆସିବେ। ଏହା ଏକ ପାରିବାରିକ ଡ୍ରାମା। ୧୯୯୪ରେ ରିଲିଜ ହୋଇଥିବା କରିସ୍ମା କପୁର ଏବଂ ଗୋବିନ୍ଦାଙ୍କ ଫିଲ୍ମ ରାଜା ବାବୁର କାହାଣୀ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ରହିବ। ହେଲେ ଉଭୟ ନିର୍ମାତା ଏବଂ ମନ୍ଦିରାଙ୍କ ତରଫରୁ ଏନେଇ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

ବିଗ୍‌ ବଜେଟରେ ନିର୍ମାଣ ହେଉଥିବା ଧାରାବାହିକରେ ମନ୍ଦିରା ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ। ସେ ଜଣେ ବ୍ୟବସାୟୀ ହେବା ସହ ନାୟିକାଙ୍କ ମା’ ଭୂମିକା ତୁଲାଇବେ। ତାଙ୍କ ବ୍ୟତିତ ଅରୁଣା ଇରାନୀ ଏବଂ ଆଲୋକ ନାଥ ମଧ୍ୟ ଶୋ’ରେ ନଜର ଆସିବେ। ନାୟକଙ୍କ ମା’ବାପା ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଗତ ବର୍ଷ ଜୁନ ୩୦ରେ ହୃଦଘାତ୍‌ରେ ମନ୍ଦିରାଙ୍କ ସ୍ବାମୀ ରାଜ କୌଶଲଙ୍କ ମୃତ୍ୟୁ ଘଟିଛି। ଉଭୟ ୧୯୯୯ ଫେବୃୟାରୀ ୧୪ରେ ବିବାହ କରିଥିଲେ। ଏହାପରଠାରୁ ମନ୍ଦିରା ପାଳିତା କନ୍ୟା ତାରା ଏବଂ ପୁଅ ବୀରଙ୍କ ଏକାକି ଲାଳନପାଳନ କରୁଛନ୍ତି।

Share