ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୁରଦର୍ଶନରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବାହିକ ‘ଶାନ୍ତି’ରେ ସେ ନଜର ଆସିଥିଲେ। ପରେ ସେ ‘କ୍ୟୁକି ଶାଶ ଭି କଭି ବହୁ ଥି’ ଏବଂ ‘ଜସି ଜୈସି କୋଇ ନହିଁ’ ଭଳି ସିରିୟଲରେ ସେ କାମ କରିଛନ୍ତି। ଏହାଛଡ଼ା ସେ ଅନେକ ଟେଲିଭିଜନ ଶୋ’କୁ ହୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ମନ୍ଦିରା। ସେ ନିଜର ବ୍ୟକ୍ତିଗତ ଏବଂ କର୍ମଜୀବନକୁ ଅଲଗା ରଖିଥାନ୍ତି। ଏଥିସହ ଜଡ଼ିତ କିଛି ଫଟୋ ଓ ଭିଡିଓ ସେ ଶେୟାର କରିଥାନ୍ତି। ୪୯ ବର୍ଷରେ ବି ଫ୍ରିଟ୍‌ନେସ୍‌ ଫ୍ରିକ୍‌ ମନ୍ଦିରାଙ୍କ ଇନ୍‌ଷ୍ଟାଗ୍ରାମରେ ୧୪ ଲକ୍ଷ ପ୍ରଶଂସକ। ସେ ଅନେକ ଥର ନିଜର ହଟ୍‌ ଆଣ୍ଡ ବୋଲ୍ଡ ଅବତାରରେ ପ୍ରଶଂସକଙ୍କ ହୋସ୍‌ ଉଡାଇ ସାରିଛନ୍ତି। ବିକିନି ହେଉ ଅଥବା ପାରମ୍ପରିକ ପୋଷାକ ମନ୍ଦିରାଙ୍କ ସୁନ୍ଦରତା ବାରି ହୋଇପଡେ।

ଛୋଟ ପରଦାକୁ ଛାଡ଼ିଲେ ମନ୍ଦିରା ବଲିଉଡ୍‌ରେ ମଧ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି। ସେ ୧୯୯୫ରେ ରିଲିଜ ହୋଇଥିବା ‘ଦିଲଓ୍ବାଲେ ଦୁଲହନିଆ ଲେ ଯାଏଗେଁ’ ଜରିଆରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ଚରିତ୍ରଟି ଥିଲା ପ୍ରୀତି ସିଂହ। ପରେ ସେ ‘ଶାଦି କା ଲଡ୍ଡୁ, ମୀରାବାଇ ନଟ୍‌ ଆଉଟ୍‌, ଦଶ କାହାନିଆଁ, ଇତ୍‌ଫାକ୍‌, ଭୋଡକା ଡାଏରିଜ୍‌’ ଭଳି ଫିଲ୍ମରେ ନଜର ଆସିଛନ୍ତି।
ମନ୍ଦିରାଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ସେ ୧୯୯୯ ଫେବୃୟାରୀ ୧୪ରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ରାଜ କୌଶଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ଦୁଇଟି ସନ୍ତାନ ଅଛି। ହେଲେ ଏଭଳି ଦିନ ଥିଲା ସେ ମା’ ହେବାକୁ ଡରୁଥିଲେ। କାହିଁକି ନା ଏହାଦ୍ୱାରା ତାଙ୍କର କ୍ୟାରିୟର ସମାପ୍ତ ହୋଇଯିବ ବୋଲି ସେ ଭାବୁଥିଲେ। ପରେ ସେ ବିବାହର ୧୩ ବର୍ଷ ପରେ ମା’ ହୋଇଥିଲେ।

୨୦୦୩ରେ ମନ୍ଦିରାଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଥିଲା। ମନ୍ଦିରାଙ୍କ ସହ କ୍ରିକେଟର ଯୁବରାଜ ସିଂହଙ୍କ ମଧ୍ୟରେ ପ୍ରେମ ଚାଲିଥିବା ନେଇ କୁହାଯାଉଥିଲା। ହେଲେ ଉଭୟ ଏନେଇ କିଛି ସ୍ପଷ୍ଟୀକରଣ ଦେଇ ନ ଥିଲେ। ପରେ ଏନେଇ ରାଜ କଡ଼ା ପ୍ରତିକ୍ରିୟା ଦେଇଥିଲେ। ବିଶ୍ୱାସରେ ଉଭୟଙ୍କ ବିବାହ ଚାଲିଛି। ସେ ମନ୍ଦିରାଙ୍କୁ ନିଜଠାରୁ ଅଧିକ ବିଶ୍ୱାସ କରନ୍ତି ବୋଲି କହିଥିଲେ।

Share