ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୁରଦର୍ଶନରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବାହିକ ‘ଶାନ୍ତି’ରେ ସେ ନଜର ଆସିଥିଲେ। ପରେ ସେ ‘କ୍ୟୁକି ଶାଶ ଭି କଭି ବହୁ ଥି’ ଏବଂ ‘ଜସି ଜୈସି କୋଇ ନହିଁ’ ଭଳି ସିରିୟଲରେ ସେ କାମ କରିଛନ୍ତି। ଏହାଛଡ଼ା ସେ ଅନେକ ଟେଲିଭିଜନ ଶୋ’କୁ ହୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ମନ୍ଦିରା। ସେ ନିଜର ବ୍ୟକ୍ତିଗତ ଏବଂ କର୍ମଜୀବନକୁ ଅଲଗା ରଖିଥାନ୍ତି। ଏଥିସହ ଜଡ଼ିତ କିଛି ଫଟୋ ଓ ଭିଡିଓ ସେ ଶେୟାର କରିଥାନ୍ତି। ୪୯ ବର୍ଷରେ ବି ଫ୍ରିଟ୍‌ନେସ୍‌ ଫ୍ରିକ୍‌ ମନ୍ଦିରାଙ୍କ ଇନ୍‌ଷ୍ଟାଗ୍ରାମରେ ୧୪ ଲକ୍ଷ ପ୍ରଶଂସକ। ସେ ଅନେକ ଥର ନିଜର ହଟ୍‌ ଆଣ୍ଡ ବୋଲ୍ଡ ଅବତାରରେ ପ୍ରଶଂସକଙ୍କ ହୋସ୍‌ ଉଡାଇ ସାରିଛନ୍ତି। ବିକିନି ହେଉ ଅଥବା ପାରମ୍ପରିକ ପୋଷାକ ମନ୍ଦିରାଙ୍କ ସୁନ୍ଦରତା ବାରି ହୋଇପଡେ।

ଛୋଟ ପରଦାକୁ ଛାଡ଼ିଲେ ମନ୍ଦିରା ବଲିଉଡ୍‌ରେ ମଧ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି। ସେ ୧୯୯୫ରେ ରିଲିଜ ହୋଇଥିବା ‘ଦିଲଓ୍ବାଲେ ଦୁଲହନିଆ ଲେ ଯାଏଗେଁ’ ଜରିଆରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ଚରିତ୍ରଟି ଥିଲା ପ୍ରୀତି ସିଂହ। ପରେ ସେ ‘ଶାଦି କା ଲଡ୍ଡୁ, ମୀରାବାଇ ନଟ୍‌ ଆଉଟ୍‌, ଦଶ କାହାନିଆଁ, ଇତ୍‌ଫାକ୍‌, ଭୋଡକା ଡାଏରିଜ୍‌’ ଭଳି ଫିଲ୍ମରେ ନଜର ଆସିଛନ୍ତି।
ମନ୍ଦିରାଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ସେ ୧୯୯୯ ଫେବୃୟାରୀ ୧୪ରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ରାଜ କୌଶଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ଦୁଇଟି ସନ୍ତାନ ଅଛି। ହେଲେ ଏଭଳି ଦିନ ଥିଲା ସେ ମା’ ହେବାକୁ ଡରୁଥିଲେ। କାହିଁକି ନା ଏହାଦ୍ୱାରା ତାଙ୍କର କ୍ୟାରିୟର ସମାପ୍ତ ହୋଇଯିବ ବୋଲି ସେ ଭାବୁଥିଲେ। ପରେ ସେ ବିବାହର ୧୩ ବର୍ଷ ପରେ ମା’ ହୋଇଥିଲେ।

୨୦୦୩ରେ ମନ୍ଦିରାଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଥିଲା। ମନ୍ଦିରାଙ୍କ ସହ କ୍ରିକେଟର ଯୁବରାଜ ସିଂହଙ୍କ ମଧ୍ୟରେ ପ୍ରେମ ଚାଲିଥିବା ନେଇ କୁହାଯାଉଥିଲା। ହେଲେ ଉଭୟ ଏନେଇ କିଛି ସ୍ପଷ୍ଟୀକରଣ ଦେଇ ନ ଥିଲେ। ପରେ ଏନେଇ ରାଜ କଡ଼ା ପ୍ରତିକ୍ରିୟା ଦେଇଥିଲେ। ବିଶ୍ୱାସରେ ଉଭୟଙ୍କ ବିବାହ ଚାଲିଛି। ସେ ମନ୍ଦିରାଙ୍କୁ ନିଜଠାରୁ ଅଧିକ ବିଶ୍ୱାସ କରନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri