ମାଣ୍ଡିଆ ହେରଫେର କରି ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ

ମାଲକାନଗିରି,୨୩ା୫(ଡି.ଏନ୍‌.ଏ.): ଆଦିବାସୀମାନେ ନିଜ ଅଞ୍ଚଳର ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟକୁ କିପରି ସୁଲଭ ମୂଲ୍ୟରେ ବିକ୍ରିକରି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍‌ (ଟିଡିସିସି) ଗଠନ ହୋଇଛି। ଏହି ସଂସ୍ଥା ଜିଲାର ବିଭିନ୍ନ ଅଞ୍ଚଳରେ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ଏବଂ ଜଙ୍ଗଲ ଜମିରେ ଚାଷ ହେଉଥିବା ଖାଦ୍ୟଶସ୍ୟ ଚାଷୀଙ୍କ ନିକଟରୁ କ୍ରୟ କରିଥାଏ। ମାଲକାନଗିରି ଜିଲାରେ ପ୍ରଚୁର ମାଣ୍ଡିଆ ଚାଷ ହେଉଥିବାରୁ ଏହି ସଂସ୍ଥାକୁ ଚାଷୀଙ୍କଠାରୁ ମାଣ୍ଡିଆ ଖରିଦ ପାଇଁ ଅନୁମତି ମିଳିଥିଲା। ଏବେ ଏହି ମାଣ୍ଡିଆକୁ ବାଟମାରଣା କରି ଟିଡିସିସିର ଜଣେ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ ହୋଇଛନ୍ତି। ତାଙ୍କ ନାମ ଉପେନ୍ଦ୍ରନାଥ ବେହେରା। ସେ ୩୦ ଲକ୍ଷ ଟଙ୍କାର ମାଣ୍ଡିଆ ହେରଫେର କରିଥିବା ନେଇ ଟିଡିସିସି ପରିଚାଳକ ବ୍ରହ୍ମାନନ୍ଦ ମାଝୀ ମାଥିଲି ଥାନାରେ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ବେହେରା ୨୦୨୧ରେ ମାଥିଲି ଟିଡିସିସିରେ ଯୋଗ ଦେଇଥିଲେ। ୨୦୨୧ରେ ୬୭୨୦ କୁଇଣ୍ଟାଲ ୬୯ କେଜି ମାଣ୍ଡିଆ ଚାଷୀଙ୍କଠାରୁ କ୍ରୟ କରି ଗୋଦାମରେ ରଖାଯାଇଥିଲା। ହେଲେ ଏଥିମଧ୍ୟରୁ ୪ଟି ରସିଦରେ ୬୩୯ କୁଇଣ୍ଟାଲ ୭୧ କେଜି ମାଣ୍ଡିଆର ପ୍ରାପ୍ତିପତ୍ର ନ ଥିବା ଅଡିଟ୍‌ ସମୟରେ ଜଣାପଡିଥିଲା। ଏ ସମ୍ପର୍କରେ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଯୋଗାଣ ବିଭାଗର କ୍ଷମତାପ୍ରାପ୍ତ ଠିକାଦାର ବିଜୟ ପଣ୍ଡାଙ୍କୁ ସେ ୬୩୯.୭୧ କୁଇଣ୍ଟାଲ ମାଣ୍ଡିଆ ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ ଠିକାଦାର ପଣ୍ଡାଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri