Posted inଫୁରସତ

ମଡେଲିଂ ଛାଡ଼ି ଚଳାଉଛନ୍ତି ଟ୍ରକ୍‌

ଲଣ୍ଡନ: ଯଦି ଜଣଙ୍କୁ ମଡେଲିଂ ନଚେତ୍‌ ଟ୍ରକ୍‌ ଡ୍ରାଇଭର ହେବାକୁ କୁହାଯାଏ, ତେବେ ସେଥିରେ ସମସ୍ତେ ମଡେଲିଂକୁ ଚୟନ କରିବେ। ହେଲେ ଜଣେ ମଡେଲର ତାଙ୍କ ମଡେଲିଂ କ୍ୟାରିୟର ଛାଡ଼ି ଲୋରି ଭଳି ଭାରିଯାନ ଚଳାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ରିଟେନ୍‌ର ଲିନ୍‌କୋଲ୍‌ନସିର୍‌ର ବାସିନ୍ଦା ୨୩ ବର୍ଷୀୟା ମିଲି ଏଭରେଟ୍‌ ତାଙ୍କ ଅଞ୍ଚଳର ବହୁତ ବ୍ୟୁଟି ପେଗେଣ୍ଟ ଜିତିବା ସହ ମିସ୍‌ ଇଂଲଣ୍ଡ-୨୦୧୮ର ଫାଇନାଲିଷ୍ଟ ମଧ୍ୟ ହୋଇଛନ୍ତି। ସେ ଅତି ସୁନ୍ଦରୀ ହୋଇଥିଲେ ମଧ୍ୟ ମଡେଲିଂ କ୍ୟାରିୟରକୁ ଛାଡ଼ି ଟ୍ରକ୍‌ ଡ୍ରାଇଭର ହେବାକୁ ପସନ୍ଦ କରିଛନ୍ତି। ତାଙ୍କ କହିବା ମୁତାବକ, ଲୋରି ଭଳି ଭାରିଯାନକୁ କେବଳ ପୁରୁଷମାନେ ଚଳାଉଥିବା ସମସ୍ତଙ୍କ ଧାରଣା ରହିଛି। ତେବେ ସେ ଲୋକଙ୍କ ଏପରି ଧାରଣାକୁ ଦୂର କରିବାକୁ ଚାହୁଁଛନ୍ତି। ଏଥିସହ ମହିଳାମାନେ ମଧ୍ୟ ଏହି କାମକୁ ବହୁ ଭଲଭାବେ କରିପାରିବେ ବୋଲି ପ୍ରମାଣ କରିଛନ୍ତି। ବ୍ରିଟେନ୍‌ରେ କେବଳ ୨ ପ୍ରତିଶତ ମହିଳା ହିଁ ଏପରି ଭାରିଯାନ ଚଳାଉଛନ୍ତି। ମିଲି ଗତବର୍ଷ ଭାରିଯାନ ଡ୍ରାଇଭିଂ ସ୍କୁଲରେ ଆଡ୍‌ମିଶନ ହୋଇଥିଲେ। ବର୍ତ୍ତମାନ ସେ ଭାରିଯାନ ଡ୍ରାଇଭିଂ ପାଇଁ ଲାଇସେନ୍ସ ପାଇସାରିଛନ୍ତି। ସେ ପ୍ରଥମରୁ ଟ୍ରକ୍‌, ଲୋରି ଭଳି ଯାନ ଚଳାଇଛନ୍ତି। ମିଲି ଏକ ସାଧାରଣ ପରିବାରରୁ ଆସି ମଡେଲିଂ ଶିଖିଛନ୍ତି। ଏହାଛଡ଼ା ତାଙ୍କର କୃଷି ସମ୍ବନ୍ଧିତ କାର୍ଯ୍ୟ ଏବଂ ଡ୍ରାଇଭିଂ କରିବାକୁ ବେଶ୍‌ ପସନ୍ଦ। କରୋନା ମହାମାରୀ ସମୟରେ ମିଲି ଟ୍ରକ୍‌, ଲୋରି ଭଳି ଭାରିଯାନ ଚଳାଇବାକୁ ପ୍ରେରିତ ହୋଇଥିଲେ। କାରଣ ସେତେବେଳେ ବ୍ରିଟେନ୍‌ରେ ଟ୍ରକ୍‌ ଡ୍ରାଇଭରଙ୍କ ଆବଶ୍ୟକତା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ବେଶ୍‌ ଖୁସି ଥିବା ସେ କହିଛନ୍ତି। ତାଙ୍କ ବାପା ଜଣେ କୃଷକ ହୋଇଥିବାବେଳେ ସେ ତାଙ୍କୁ ନେଇ ଗର୍ବ କରୁଥିବା କହିଛନ୍ତି। ବହୁ ଲୋକ ତାଙ୍କର ଏହି କାର୍ଯ୍ୟ ପାଇଁ ଟ୍ରୋଲ୍‌ ମଧ୍ୟ କରୁଛନ୍ତି, ହେଲେ ସେ ସେମାନଙ୍କ କଥା ନ ଶୁଣି ନିଜ କାମ କରିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri