ବିଦେଶରେ ପ୍ରସ୍ତୁତ ହେବ ମାଣ୍ଡିଆ ଖାଦ୍ୟ

ପୋଲସରା,୧୫ା୧୦(ଡି.ଏନ.ଏ.): ଓଡ଼ିଶାର ମିଲେଟ ଖାଦ୍ୟ ପ୍ୟାରିସରେ ବିଦେଶୀମାନଙ୍କ ମନ ମୋହିବ। ଓଡିଶା ମିଲେଟ ମିଶନର ସହଯୋଗରେ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ସୁଯୋଗ ମିଳିଛି। ଓଡିଶା ସରକାର ପୃଷ୍ଟିସାର ଯୁକ୍ତ ମିଲେଟ ଖାଦ୍ୟ ଶସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଚାଷଙ୍କ ଆଗ୍ରହ ସୃଷ୍ଟି କରିଥିବା ଯୋଗୁଁ ବିଶ୍ୱ ଖାଦ୍ୟ ସଙ୍ଗଠନ ଓଡିଶା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଓଡିଶା ସରକାର ମିଲେଟ ଖାଦ୍ୟ ଶସ୍ୟ ମାଣ୍ଡିଆ ଚାଷର ପ୍ରସାର ପାଇଁ ମିଲେଟ ମିଶନ ଜରିଆରେ ପୋଲସରା ବ୍ଲକର ଦାୟିତ୍ୱ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଣ୍ଡିଆ’କୁ ପ୍ରଦାନ କରାଯାଇଛି। “ଇଣ୍ଡିଆ”ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରାଙ୍କ ଉଦ୍ୟମ ଯୋଗୁଁ ପୋଲସରା ବ୍ଲକର ୧୯ ଟି ପଞ୍ଚାୟତର ୭୨ଟି ଗ୍ରାମର ୧୬୦୧ ଜଣ ଚାଷୀ ୭୧୯ ହେକ୍ଟର ଜମିରେ ଜୈବିକ ସାର ପ୍ରୟୋଗ କରି ମାଣ୍ଡିଆ ଚାଷ କରିଛନ୍ତି। ଇଣ୍ଡିଆ ପକ୍ଷରୁ ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ମାଣ୍ଡିଆରୁ ଚୁନା, ଲଡୁ, ସେଉ ଓ ଗାଣ୍ଠିଆ ଆଦି ତିଆରି କରିବା ପାଇଁ ତାଲିମ ଦେଇଥିଲେ। ଏ ସମସ୍ତ ଖାଦ୍ୟ ପ୍ୟାରିସରେ ଆନ୍ତର୍ଜାତୀୟ ଖାଦ୍ୟ ପଦାର୍ଥ ପ୍ରଦର୍ଶନୀରେ ବିକ୍ରି କରାଯିବ। ସେଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଚନ୍ଦ୍ରମା ସାହୁ ଶୁକ୍ରବାର ପ୍ୟାରିସ ସହରକୁ ଯାଇଛନ୍ତି। ଜିଲାରୁ ଏକମାତ୍ର ସ୍ବୟଂ ସହାୟକ ଗୋଷ୍ଠୀକୁ ବିଦେଶରେ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ବିକ୍ରିପାଇଁ ସୁଯୋଗ ମିଳିଥିବାରୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri