ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଦର

କେନ୍ଦୁଝର,୧୩।୬: ମାଣ୍ଡିଆ ଏପରି ଏକ ଶସ୍ୟ ଯାହା ସମ୍ପୂର୍ଣ୍ଣ ଭାବେ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଆଜିକା ବ୍ୟସ୍ତବହୁଳ ଜୀବନରେ ଧନୀ ଠୁ ନେଇ ଗରିବ ସମସ୍ତଙ୍କ ପାଖରେ ମାଣ୍ଡିଆ ବେଶ୍‌ ପରିଚିତ। ପାହାଡ଼ିଆ ଅଞ୍ଚଳରେ ଏହାର ବହୁଳ ଚାଷ ହେଉଛି। କେନ୍ଦୁଝର ଜିଲାରେ ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି। ସେଥପାଇଁ ବାହାର ଜିଲା ଏବଂ ବାହାର ରାଜ୍ୟକୁ ରପ୍ତାନୀ ହେଉଛି। ବର୍ତ୍ତମାନ ଜିଲାର ୭ଟି ବ୍ଲକ ଅଞ୍ଚଳରେ ମାଣ୍ଡିଆ ଚାଷ ଅଧିକ ପରିମାଣରେ ହେଉଥିବା ବେଳେ ଆଗାମୀ ଦିନରେ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ବହୁଳ ଭାବେ ଏହି ଚାଷ କରାଯିବାର ସମ୍ଭାବନା ସୃଷ୍ଟି ହେଉଛି।
୩ ବର୍ଷ ମଧ୍ୟରେ ମାଣ୍ଡିଆ ଅମଳ ୪୬ କୁଇଣ୍ଟାଲରୁ ଆରମ୍ଭ ହୋଇ ଏବେ ୨୩ଶହ କୁଇଣ୍ଟାଲରେ ପହଞ୍ଚିଲାଣି। ତେବେ ଗତବର୍ଷ ଖରିଫ୍‌ ଋତୁରେ କେନ୍ଦୁଝର ଜିଲାର ଝୁମ୍ପୁରା, ପଳାଶପଙ୍ଗା, ନୟାକୋଟ, ଶୁଆକାଟୀ, ହରିଚନ୍ଦନପୁର, ଚମ୍ପୁଆ, ଭଣ୍ଡା, ସୋସୋ, ବାଙ୍ଗୋର ଓ ସଢା ମଣ୍ଡିରେ ଚାଷୀମାନଙ୍କଠାରୁ ଅଧିକ ମାଣ୍ଡିଆ ଖରିଦ୍‌ ହୋଇଥିଲା ା ଗତବର୍ଷ ଖରିଫ୍‌ ଋତୁରେ ଜିଲାରୁ ୨୩୦୭ଜଣ ଚାଷୀ ମାଣ୍ଡିଆ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ୫୨୬ ଜଣ ଚାଷୀ ମଣ୍ଡି ମାଧ୍ୟମରେ ମାଣ୍ଡିଆ ବିକ୍ରି କରିଥିଲେ। ଗତ ଖରିଫ୍‌ ଋତୁରେ ମୋଟ୍‌ ୧୧୨୯କୁଇଣ୍ଟାଲ ୯୪ କେ.ଜି.ମାଣ୍ଡିଆ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ କିଣାଯାଇ ଚାଷୀମାନଙ୍କୁ ୩୭ଲକ୍ଷ ୨୩ ହଜାର ୨୦୦ଟଙ୍କା ପ୍ରଦାନ କରାଯାଇଥିଲା ା ଚଳିତ ବର୍ଷ ମାଣ୍ଡିଆ ଅମଳ ଦୁଇଗୁଣା ବଢିଛି। ଅର୍ଥାତ୍‌ ୨୩୯୨ କୁଇଣ୍ଟାଲ ମାଣ୍ଡିଆ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଚାଷୀମାନଙ୍କଠାରୁ କିଣାଯାଇଛି। ଏଥିପାଇଁ ମୋଟ୍‌ ୮୦ ଲକ୍ଷ ୭୯ ହଜାର ୭୭୬ ଟଙ୍କା ଚାଷୀମାନଙ୍କୁ ମାଣ୍ଡିଆ ବାବଦରେ ପ୍ରଦାନ କରାଯାଇଛି ା ମାଣ୍ଡିଆ ଚାଷକୁ ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇ ପ୍ରୋତ୍ସାହନ ଯୋଗାଉଛି ା
ଜିଲାର ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି କାଫେ ଖୋଲାଯାଇ ମାଣ୍ଡିଆରୁ ତିଆରି ସର୍ବତ, ଲଡୁ, ବରା ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ମିଲେଟ୍‌ ଶକ୍ତି କାଫେ ଖୋଲାଯାଇଛି। ଏହି ମିଲେଟ୍‌ ଶକ୍ତି କାଫେ ଦ୍ୱାରା ମାଣ୍ଡିଆକୁ ଅଧିକ ପରିମାଣରେ ବ୍ୟବହାର କରାଯାଉଥିବା ଯୋଗୁ ମାଣ୍ଡିଆ ବିକ୍ରୟ ଜିଲାରେ ବଢ଼ିବାକୁ ଲାଗିଛି। ଏଥିସକାଶେ ଜିଲାର ଚାଷୀମାନେ ମାଣ୍ଡିଆ ଚାଷ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଆହୁରି ବଢ଼ିବ ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ବିଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ଡିଏମ୍‌ଏଫ୍‌ ଫଣ୍ଡ ଜରିଆରେ ୭ ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋସତ୍ାହନ ଦିଆଯାଉଥିବା ବେଳେ ଆନନ୍ଦପୁର ଓ ଘଷିପୁରାକୁ ଛାଡ଼ି ବାକି ୪ ବ୍ଲକରେ ଓମ୍ବାଡ୍‌ସି ପକ୍ଷରୁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି ା ଏହାବାଦ୍‌ ବିଭିନ୍ନ ସ୍କ୍‌ୁଲରେ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପିଲାମାନଙ୍କୁ ଦିଆଯିବାର ଯୋଜନା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri