ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଦର

କେନ୍ଦୁଝର,୧୩।୬: ମାଣ୍ଡିଆ ଏପରି ଏକ ଶସ୍ୟ ଯାହା ସମ୍ପୂର୍ଣ୍ଣ ଭାବେ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଆଜିକା ବ୍ୟସ୍ତବହୁଳ ଜୀବନରେ ଧନୀ ଠୁ ନେଇ ଗରିବ ସମସ୍ତଙ୍କ ପାଖରେ ମାଣ୍ଡିଆ ବେଶ୍‌ ପରିଚିତ। ପାହାଡ଼ିଆ ଅଞ୍ଚଳରେ ଏହାର ବହୁଳ ଚାଷ ହେଉଛି। କେନ୍ଦୁଝର ଜିଲାରେ ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି। ସେଥପାଇଁ ବାହାର ଜିଲା ଏବଂ ବାହାର ରାଜ୍ୟକୁ ରପ୍ତାନୀ ହେଉଛି। ବର୍ତ୍ତମାନ ଜିଲାର ୭ଟି ବ୍ଲକ ଅଞ୍ଚଳରେ ମାଣ୍ଡିଆ ଚାଷ ଅଧିକ ପରିମାଣରେ ହେଉଥିବା ବେଳେ ଆଗାମୀ ଦିନରେ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ବହୁଳ ଭାବେ ଏହି ଚାଷ କରାଯିବାର ସମ୍ଭାବନା ସୃଷ୍ଟି ହେଉଛି।
୩ ବର୍ଷ ମଧ୍ୟରେ ମାଣ୍ଡିଆ ଅମଳ ୪୬ କୁଇଣ୍ଟାଲରୁ ଆରମ୍ଭ ହୋଇ ଏବେ ୨୩ଶହ କୁଇଣ୍ଟାଲରେ ପହଞ୍ଚିଲାଣି। ତେବେ ଗତବର୍ଷ ଖରିଫ୍‌ ଋତୁରେ କେନ୍ଦୁଝର ଜିଲାର ଝୁମ୍ପୁରା, ପଳାଶପଙ୍ଗା, ନୟାକୋଟ, ଶୁଆକାଟୀ, ହରିଚନ୍ଦନପୁର, ଚମ୍ପୁଆ, ଭଣ୍ଡା, ସୋସୋ, ବାଙ୍ଗୋର ଓ ସଢା ମଣ୍ଡିରେ ଚାଷୀମାନଙ୍କଠାରୁ ଅଧିକ ମାଣ୍ଡିଆ ଖରିଦ୍‌ ହୋଇଥିଲା ା ଗତବର୍ଷ ଖରିଫ୍‌ ଋତୁରେ ଜିଲାରୁ ୨୩୦୭ଜଣ ଚାଷୀ ମାଣ୍ଡିଆ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ୫୨୬ ଜଣ ଚାଷୀ ମଣ୍ଡି ମାଧ୍ୟମରେ ମାଣ୍ଡିଆ ବିକ୍ରି କରିଥିଲେ। ଗତ ଖରିଫ୍‌ ଋତୁରେ ମୋଟ୍‌ ୧୧୨୯କୁଇଣ୍ଟାଲ ୯୪ କେ.ଜି.ମାଣ୍ଡିଆ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ କିଣାଯାଇ ଚାଷୀମାନଙ୍କୁ ୩୭ଲକ୍ଷ ୨୩ ହଜାର ୨୦୦ଟଙ୍କା ପ୍ରଦାନ କରାଯାଇଥିଲା ା ଚଳିତ ବର୍ଷ ମାଣ୍ଡିଆ ଅମଳ ଦୁଇଗୁଣା ବଢିଛି। ଅର୍ଥାତ୍‌ ୨୩୯୨ କୁଇଣ୍ଟାଲ ମାଣ୍ଡିଆ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଚାଷୀମାନଙ୍କଠାରୁ କିଣାଯାଇଛି। ଏଥିପାଇଁ ମୋଟ୍‌ ୮୦ ଲକ୍ଷ ୭୯ ହଜାର ୭୭୬ ଟଙ୍କା ଚାଷୀମାନଙ୍କୁ ମାଣ୍ଡିଆ ବାବଦରେ ପ୍ରଦାନ କରାଯାଇଛି ା ମାଣ୍ଡିଆ ଚାଷକୁ ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇ ପ୍ରୋତ୍ସାହନ ଯୋଗାଉଛି ା
ଜିଲାର ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି କାଫେ ଖୋଲାଯାଇ ମାଣ୍ଡିଆରୁ ତିଆରି ସର୍ବତ, ଲଡୁ, ବରା ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ମିଲେଟ୍‌ ଶକ୍ତି କାଫେ ଖୋଲାଯାଇଛି। ଏହି ମିଲେଟ୍‌ ଶକ୍ତି କାଫେ ଦ୍ୱାରା ମାଣ୍ଡିଆକୁ ଅଧିକ ପରିମାଣରେ ବ୍ୟବହାର କରାଯାଉଥିବା ଯୋଗୁ ମାଣ୍ଡିଆ ବିକ୍ରୟ ଜିଲାରେ ବଢ଼ିବାକୁ ଲାଗିଛି। ଏଥିସକାଶେ ଜିଲାର ଚାଷୀମାନେ ମାଣ୍ଡିଆ ଚାଷ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଆହୁରି ବଢ଼ିବ ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ବିଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ଡିଏମ୍‌ଏଫ୍‌ ଫଣ୍ଡ ଜରିଆରେ ୭ ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋସତ୍ାହନ ଦିଆଯାଉଥିବା ବେଳେ ଆନନ୍ଦପୁର ଓ ଘଷିପୁରାକୁ ଛାଡ଼ି ବାକି ୪ ବ୍ଲକରେ ଓମ୍ବାଡ୍‌ସି ପକ୍ଷରୁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି ା ଏହାବାଦ୍‌ ବିଭିନ୍ନ ସ୍କ୍‌ୁଲରେ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପିଲାମାନଙ୍କୁ ଦିଆଯିବାର ଯୋଜନା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri