ମଣ୍ଡି ଖୋଲୁନି : ଟୋକନ ଥାଇ ବି ଚାଷୀ ନିରାଶ

କୁଜଙ୍ଗ, ୨୧ା୩ (ଡି.ଏନ୍‌.ଏ.):ଖରିଫ୍‌ ଧାନ ପାଇଁ ଚାଷୀମାନେ ସରକାରି ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜୀକରଣ କରି ଟୋକନ ପାଇଥିଲେ। କିନ୍ତୁ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ହୋଇଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପ୍ରାଥମିକ ସେବା ସମବାୟ ସମିତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶେଷ ପର୍ଯାୟରେ ଧାନ ଦେବା ପାଇଁ ସମୟ ସୀମା ଆଉ ମାତ୍ର ୨ ଦିନ ଥିବାବେଳେ ଏନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ଏହି ପର୍ଯାୟରେ ୧୯୦୦ କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ୭୦ ଜଣ ଚାଷୀଙ୍କୁ ସମବାୟ ସମିତି ତରଫରୁ ଟୋକନ ଦିଆଯାଇଥିଲା। ଏନେଇ ମଣ୍ଡିରେ ଧାନ ଦେବା ପାଇଁ ଚାଷୀ ପହଞ୍ଚତ୍ ଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ଧାନ ସଂଗ୍ରହ କରାଯିବ ବୋଲି ସମିତି ସମ୍ପାଦକ କହିଥିଲେ। ସେବେଠାରୁ ମଣ୍ଡି ବନ୍ଦ ଥିବାବେଳେ ଚାଷୀମାନେ ସେଠାରେ ଧାନ ରଖି ଜଗି ବସିଥିଲେ। ମାତ୍ର ୪ ଦିନ ପୂର୍ବରୁ ବର୍ଷା ଉଠାଇବାରୁ ପୁନର୍ବାର ଚାଷୀ ଗାଡ଼ି ଭଡ଼ା ଦେଇ ଧାନକୁ ଘରେ ଆଣି ରଖିଛନ୍ତି। ଆସନ୍ତା ୨୨ରେ ପରେ ଚାଷୀକୁ ମିଳିଥିବା ଟୋକନ ଅକାମି ହୋଇଯିବ। ସମ୍ପର୍କରେ ଗୋପିଆକୁଦ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ସରୋଜ ସ୍ବାଇଁଙ୍କୁ ପଚାରିବାରେ କହିଥିଲେ, ସରକାରଙ୍କ ପାଖରୁ ଟାର୍ଗେଟ୍‌ ଆସିଲେ ଧାନ କ୍ରୟ କରାଯିବ । ଯଦି ଟାର୍ଗେଟ୍‌ ନ ଆସିଲା ସେମାନେ କିଛି କରିପାରିବେ ନାହିଁ। ଏ ସମ୍ପର୍କରେ ପୂର୍ବତନ ସମବାୟ ସମିତି ସଭାପତି ତଥା ଚାଷି ନେତା ନୂତନ ତ୍ରିପାଠୀ କହିଛନ୍ତି, ସରକାର ଧାନ ସଂଗ୍ରହ ନିମନ୍ତେ ଟୋକନ ଦେଲେ। କିନ୍ତୁ ସମ୍ପାଦକ ଯେଉଁ ଟାର୍ଗେଟ୍‌ କଥା କହି ଏଡେଇ ଯାଉଛନ୍ତି ତାହା ଆମ ମନ ଭିତରେ ସନ୍ଦେହ ସୃଷ୍ଟି କରୁଛି। ଖାଲି ଗୋପିଆକୁଦ ପଞ୍ଚାୟତ ନୁହେଁ ଅନ୍ୟାନ୍ୟ ମଣ୍ଡିରେ ମଧ୍ୟ ଏହି ସମସ୍ୟା ଉପୁଜିଛି। ଏହାପଛର କାରଣ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯିବା ଉଚିତ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri