Categories: Home Leftଖେଳ

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ କରିଛି। ଚଳିତ ଏସିଆ କପ୍‌ରେ ଏହା ଭାରତୀୟ ମହିଳା ଦଳର ଲଗାତର ଦ୍ୱିତୀୟ ବିଜୟ। ଏହି ମ୍ୟାଚ୍‌ରେ ମନ୍ଧାନା କ୍ୟାରିୟରର ୧୮ତମ ଶତକ ସହ ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ସଂଖ୍ୟକ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି।

ଏହି ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ମେଗ ଲାନିଂ(୧୭ ଶତକ)ଙ୍କ ନାମରେ ଥିଲା। ଏଥିସହିତ ମନ୍ଧାନା (୧୦,୮୮୦ ରନ) ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି, ଯାହାକି ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ(୧୦,୮୬୮ ରନ)ଙ୍କ ନାମରେ ଥିଲା।

ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୩ ରନ କରିଥିଲା। ଦଳ ପାଇଁ ମନ୍ଧାନା ୬୪ ବଲରେ ୧୨୪ ରନର ବିସ୍ଫୋରକ ପାଳି ଖେଳିଥିଲେ, ଯେଉଁଥିରେ ୧୪ ଚୌକା ଓ ୭ ଛକା ସାମିଲ ଥିଲା। ଶେଫାଳି ବର୍ମା ୨୮ (୩ ଚୌକା ଓ ୨ ଛକା) ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଜବାବରେ ହଂକଂ ୧୬.୨ ଓଭରରେ ୫୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।

Share