ମା’ଙ୍କ ମଣ୍ଡେଇ ଯାତ୍ରା

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମାଲପଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ପେଣ୍ଡ୍ରାଣୀଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଛି। ଶନିବାର ଅଧିବାସ ସହ ରବିବାର ଦେବୀଙ୍କ ମଣ୍ଡେଇ ଯାତ୍ରା ଅବସରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ଦେବୀଙ୍କ ପ୍ରତି ଭକ୍ତଙ୍କ ଅଗାଢ଼ ବିଶ୍ବାସ ଓ ଶ୍ରଦ୍ଧା ରହିଥିବା ବେଳେ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ମା’ ପେଣ୍ଡ୍ରାଣୀଙ୍କ ମୁଖ୍ୟ ପୀଠ ନବରଙ୍ଗପୁର ଜିଲାର ଥାଟବେଡ଼ା ହୋଇଥିବା ବେଳେ ସେଠାରୁ ଦେବୀଙ୍କୁ ଆଣି ମାଲପଡ଼ା ଗ୍ରାମରେ ପ୍ରତିଷ୍ଠା କରାଯାଇଛି। ଦେବୀଙ୍କ ମୁଖ୍ୟ ପୂଜକ ଭଗବାନ ଧ.ମାଝୀ ଯାତ୍ରାର ନେତୃତ୍ୱ ନେଇଥିଲେ। ମଣ୍ଡେଇ ଯାତ୍ରାରେ ଜିଲା ତଥା ଜିଲା ବାହାରୁ ପ୍ରାୟ ୨୦୦ ଗ୍ରାମରୁ ନିମନ୍ତ୍ରିତ ଦେବଦେବୀଙ୍କ ଲାଠିକୁର୍ଚ୍ଚି ଆସି ଏକତ୍ରିତ ହୋଇଥିଲେ। ସୋମବାର ଦେବୀଙ୍କ ମଣ୍ଡେଇ ଯାତ୍ରା ସମାପନ ହେବ। ଏଥିରେ ଗ୍ରାମ୍ୟ ପୂଜା କମିଟି ସଭାପତି ଧନବଲ ବାଣୁଆ, କାର୍ଯ୍ୟକାରୀ ସଭାପତି ଗରୁଡ଼ଧ୍ୱଜ ମାଝୀ, ଉପ ସଭାପତି ଭଗବାନ ଧ.ମାଝୀ, ସମ୍ପାଦକ ଥବିର ପ୍ରସାଦ ବାଣୁଆ, ଦେବୀଙ୍କ ମୁଖ୍ୟ ପୂଜକ ପବିତ୍ର ଧ.ମାଝୀ, ଶିରା କେଶରୀ ଧ.ମାଝୀ ଓ ମହିମା ପଞ୍ଚାୟତ ମାଲପଡ଼ା ଅଞ୍ଚଳର ଗ୍ରାମବାସୀ ସହଯୋଗ କରିଥିଲେ।