ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ

ମାଣ୍ଡଲେ,୩୧ା୩: ମ୍ୟାନ୍‌ମାରର ଦ୍ୱିତୀୟ ସର୍ବବୃହତ୍‌ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨ ଦିନ ପରେ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି। ଏହା ସତ୍ତ୍ୱେ ଲୋକେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଜୀବିତ ପାଇବା ଆଶାରେ ହାତରେ ଭଗ୍ନାବଶେଷ ଖୋଳୁଥିବା ଦେଖିବାକୁ ମିଳିଛି। ୭.୭ ତୀବ୍ରତାର ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ମାଟିତଳେ ପୋତିହୋଇ ରହିଯାଇଛନ୍ତି। ମାଣ୍ଡଲେ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବାବେଳେ ସେଠାରେ ବହୁସଂଖ୍ୟାରେ ବିଲ୍ଡିଂ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରାସ୍ତାଗୁଡ଼ିକ ଦବିଯିବା ସହ ଅନେକ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବାରୁ କ୍ଷତିଗ୍ରସ୍ତଙ୍କ ନିକଟରେ ରିଲିଫ ସହାୟତା ପହଞ୍ଚାଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ସାମିଲ ହୋଇଥିବାବେଳେ ଖନନ ଉପକରଣ ଓ ଗାଡ଼ି ଅଭାବରୁ ଲୋକେ ୪୧ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ହାତରେ ଭଗ୍ନାବଶେଷ ଉଠାଉଛନ୍ତି। କ୍ୱଚିତ୍‌ ଏକ୍ସାଭେଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଭୂକମ୍ପ ପରେ ପଶ୍ଚାତ୍‌ କମ୍ପନ ଲାଗିରହିଥିବାରୁ ବାସହରା ଲୋକେ ରାସ୍ତାଘାଟରେ ଉଜାଗର ରହୁଛନ୍ତି। ଥାଇଲାଣ୍ଡରେ ମଧ୍ୟ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି। କ୍ଷତିଗ୍ରସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍‌ ଓ ରିଲିଫ୍‌ ସାମଗ୍ରୀ ପହଞ୍ଚତ୍ ପାରିନାହିଁ। ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚତ୍ବା ଆଶା ୧ ପ୍ରତିଶତରୁ କମ୍‌ ବୋଲି ବ୍ୟାଙ୍କକ୍‌ ପୋଲିସ କହିଛି। ଆବଶ୍ୟକ ଉପକରଣ ସତ୍ତ୍ୱେ ସେମାନେ ଜଣେ ହେଲେ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିପାରି ନାହାନ୍ତି। ଭଗ୍ନାବଶେଷକୁ କାଢ଼ିବା ପାଇଁ ଅନୂ୍ୟନ ୨ ମାସ ଲାଗିଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri