Posted inଖେଳ

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ ୫ମ ତଥା ଅନ୍ତିମ ଦିବସକୁ ଅପେକ୍ଷା କରିବାକୁ ପଡ଼ିଛି। ଏହି ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୨୨୬/୨ରେ ଘୋଷଣା କରିବାରୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୯୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତୃତୀୟ ଦିବସ ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦ ରନରେ ୨ଟି ଉଇକେଟ ହରାଇଛି। ଓପନର ଜନ୍‌ କ୍ୟାମ୍ପପେଲ ଖାତା ଖୋଲିପାରି ନ ଥିବାବେଳେ କେମର ରୋଚ୍‌ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ୮ ଉଇକେଟ ବାକିଥାଇ ଓ୍ବେଷ୍ଟଇଣ୍ଡିଜ ଲକ୍ଷ୍ୟଠାରୁ ୩୮୯ ରନ ଦୂରରେ ରହିଛି। ଷ୍ଟୁଆର୍ଟ ବ୍ରଡ୍‌ ଓ୍ବେଷ୍ଟଇଣ୍ଡିଜର ୨ଟି ଯାକ ଦ୍ୱିତୀୟ ଇନିଂସ ୮ ଉଇକେଟ ନେଇ ନିଜ ଉଇକେଟ ସଂଖ୍ୟାକୁ ୪୯୯ରେ ପହଞ୍ଚାଇଛନ୍ତି। ଆଉ ଗୋଟିଏ ଉଇକେଟ ନେଲେ ସେ ୫୦୦ ଉଇକେଟ କ୍ଲବରେ ସାମିଲ ହେବେ। ପୂର୍ବରୁ ମୁଥୟା ମୁରଲୀଧରନ(୮୦୦), ଶେନ ଓ୍ବର୍ନ(୭୦୮), ଅନୀଲ କୁମ୍ବଲେ (୬୧୯), ଜେମ୍ସ ଆଣ୍ଡରସନ(୫୮୯), ଗ୍ଲେନ ମ୍ୟାଗଗ୍ରା(୫୬୩) ଓ କର୍ଟନି ଓ୍ବାଲ୍ସ(୫୧୯) ଏହି କ୍ଲବର ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri