୧୯ ବର୍ଷ ସାନ ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ମଧ୍ୟରେ ବୟସରେ ପ୍ରାୟ ୧୦ବର୍ଷର ପାର୍ଥକ୍ୟ ଅଛି। ସଞ୍ଜୟଙ୍କୁ ୪୧ ବର୍ଷ ହୋଇଥିବାବେଳେ ସଞ୍ଜୟ ଦତ୍ତଙ୍କୁ ୬୦ ବର୍ଷ ବୟସ ହୋଇଛି। ବ୍ୟବଧାନ ଥାଇ ମଧ୍ୟ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି। ଉଭୟଙ୍କ ପ୍ରେମ କାହାଣୀ ବହୁତ ଚଳଚ୍ଚିତ୍ର ଅଟେ।
ମାନ୍ୟତା ଦତ୍ତ ୨୨ ଜୁଲାଇ ୧୯୭୮ରେ ମୁମ୍ବାଇର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ପରେ ତାଙ୍କର ନାମ ଦିଲନାଭାଜ ଶେଖ ଥିଲା। ସେ ଦୁବାଇରେ ପିଲାବେଳ କଟାଇଥିଲେ। ସେ ପୂର୍ବରୁ ମେରାଜ ଉରାହମାନଙ୍କୁ ବିବାହ କରିଥିଲେ। ତେବେ ପରେ ଉଭୟେ ପରସ୍ପରକୁ ଛାଡପତ୍ର ଦେଇଥିଲେ। ମାନ୍ୟତା ଜଣେ ସଫଳ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ କୌଣସିି କାମ ମିଳୁ ନ ଥିଲା। ତେଣୁ ସେ ବି ଏବଂ ସି ଗ୍ରେଡ ଚଳଚ୍ଚିତ୍ର କରିବା ଆରମ୍ଭ କଲେ। ଏହି ସମୟରେ ତାଙ୍କ ସଞ୍ଜୟଙ୍କ ସହ ଭେଟ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ୨୦୦୮ରେ ସଞ୍ଜୟ ଦତ୍ତ ଗୋଆରେ ମାନ୍ୟତାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୁହେଁ ଦୁଇ ସନ୍ତାନର ମାତାପିତା ଅଟନ୍ତି।

Share