ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମାନସଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ)- ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଏହି ଘଟଣାରେ ମୃତ ମାନସଙ୍କ ସ୍ତ୍ରୀ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି। ମାନସଙ୍କ ହତ୍ୟାରେ ଏହି ଦୁଇ ମନ୍ତ୍ରୀଙ୍କ ହାତ ରହିଛି। ଏମାନଙ୍କୁ ଗିରଫ କରାଯାଉ ବୋଲି ସେ ଅଭିଯୋଗ କରିଛନ୍ତି।