ପୋଲିସକୁ ଭୁଆଁ ବୁଲାଇଥିଲେ ଶର୍ମିଷ୍ଠା

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ, ୩୧।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ୫ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍‌ ଜେରା କରୁଛି। ଦୁଇଦିନର ଜେରାରୁ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୋଲିସ ଯେପରି ଟେର୍‌ ନ ପାଇବ ସେଥିପାଇଁ ଶର୍ମିଷ୍ଠା ଫେରାର ପୂର୍ବରୁ ହିଁ ଯୋଜନା କରିଥିଲେ। ନିଜେ ଖବରଦାତା ହୋଇଥିବାରୁ ମୋବାଇଲ ଫୋନ୍‌ ଲିଙ୍କ୍‌ରୁ ପୋଲିସ ସହଜରେ ତାଙ୍କୁ ଧରିଦେବ ବୋଲି ଜାଣିଥିଲେ। ତେଣୁ ସେ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌ ଘରେ ଛାଡ଼ି ଯିବା ସହ ବାହାରୁ ୩ଟି ସିମ୍‌ କିଣି ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ରହି ଲୁଚି ବୁଲିଥିଲେ। ଭଦ୍ରକ ଆଗରପଡ଼ାରେ ଗୋଟିଏ ସିମ୍‌ ଓ ଅନ୍ୟ ୨ଟି ସିମ୍‌ କୋଲକାତାରେ କିଣିଥିବା ପଚରାଉଚରାବେଳେ ଶର୍ମିଷ୍ଠାଙ୍କଠାରୁ ଜଣାପଡିଛି। ତେବେ ଶର୍ମିଷ୍ଠା କିପରି ଅତି ଚତୁରତାର ସହ ପୋଲିସକୁ ଭୁଆଁ ବୁଲାଇ ଫେରାର ରହିଥିଲେ ସେସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଥିଲେ ମଧ୍ୟ ମେମୋରି ଚିପ୍‌ ରହସ୍ୟକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ମାନସଙ୍କୁ ମାରଣାସ୍ତ୍ର ଦ୍ୱାରା ପ୍ରବଳ ମାଡ଼ ମରାଯାଇଛି। ଫଳରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କ ଛାତି ଓ ଶରୀରରେ ଗଭୀର ଆଘାତ ଲାଗିବାରୁ ମୃତ୍ୟୁ ଘଟିଥିବା ବ୍ୟଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ତେବେ ଜେରାବେଳେ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

କ୍ରାଇମବ୍ରାଞ୍ଚର ସୂଚନାନୁସାରେ, ମାର୍ଚ୍ଚ ୭ରେ ଶର୍ମିଷ୍ଠା ସହଯୋଗୀ ଝୁନାଙ୍କୁ ଧରି ଫେରାର ହୋଇଥିଲେ। ଧରା ନ ପଡ଼ିବା ପାଇଁ ପ୍ରଥମେ ନିଜ ମୋବାଇଲ୍‌ ଫୋନ୍‌କୁ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଥିବା ସ୍କାଏ ଆପାର୍ଟମେଣ୍ଟସ୍ଥିତ ନିଜ ଘରେ ଛାଡ଼ି ଚାଲିଯାଇଥିଲେ। ପରେ ସେ ଝୁନାଙ୍କ ସହ ଯାଜପୁର ଜିଲା କାଳିଆପାଣି ଥାନା କୋଇପୋଷି ଗ୍ରାମସ୍ଥିତ ଶାଶୁଘରକୁ ଯାଇ ୩ଦିନ ରହିଥିଲେ। ସେଠାରେ ସ୍ବାମୀଙ୍କ ସହ ମିଳାମିଶା କରି ପୂଜା କରିବା ସହ ୧୦ ତାରିଖ ସକାଳ ୫ଟା ୩୦ରେ ଶାଶୁଙ୍କ ସହ ଭଦ୍ରକ ଆଗରପଡ଼ାର ପୁରୁଷଣ୍ଢା ଗ୍ରାମସ୍ଥିତ ନଣନ୍ଦଙ୍କ ଘରକୁ ଯାଇଥିଲେ। ସେଠାରେ ମଧ୍ୟ ୩ ଦିନ ରହି ୧୩ ତାରିଖ ଅପରାହ୍ନ ୨ଟା ୫୦ରେ ଝୁନାଙ୍କ ସହ ଏକ ଅଟୋରେ ଭଦ୍ରକ କୁପାରି ବସ୍‌ଷ୍ଟାଣ୍ଡରୁ ବାଲେଶ୍ୱର ଯାଇଥିଲେ। ପୁଣି ବାଲେଶ୍ୱରରୁ ଟ୍ରେନ୍‌ ଯୋଗେ କୋଲକାତା ଚାଲିଯାଇଥିଲେ। ୧୪ ତାରିଖରେ ସେମାନେ ନଦିଆ ଜିଲା କଲ୍ୟାଣୀ ଅଞ୍ଚଳରେ ପହଞ୍ଚତ୍ କିଛିଦିନ ରହିଥିଲେ। ପରେ ଉକ୍ତ ସ୍ଥାନ ବଦଳାଇ ମାୟାପୁରୀରେ ଥିବା ଭାଇ ପରମେଶ୍ୱରଙ୍କ ସମ୍ପର୍କୀୟ ଅସୀମା ଦାସଙ୍କ ଘରେ କିଛିଦିନ ରହି ପୁଣି ଜଲପାଇଗୁଡ଼ି ଚାଲିଯାଇଥିଲେ। ସେଠାରେ ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ କିଛିଦିନ ରହି କୋଲକାତା ଆସିଥିଲେ। ଏହା ଭିତରେ ସେମାନେ କିଛି ସମୟ ରେଳ ଷ୍ଟେଶନରେ ମଧ୍ୟ କଟାଇଥିଲେ।

ନିରଞ୍ଜନ ଅଭିନୟ କରୁଥିବା ଭିଡିଓ ଭାଇରାଲ୍‌
ମାନସ ମୃତ୍ୟୁ ପଛର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠାଙ୍କ ଏକ ଭଜନ ଭିଡିଓରେ ଅଭିନୟ କରିଥିଲେ। ଏହା ପୁରୀ ବେଳାଭୂମିରେ ଶୁଟିଂ ହୋଇଥିଲା। ଏହାକୁ ଶୁଟିଂ କରୁଥିବା ମାନସ ତାହାକୁ ଡିଲିଟ୍‌ କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିପାଇଁ କ’ଣ ମାନସଙ୍କୁ ହତ୍ୟା କରାଯାଇଥିବ ତାହାକୁ କେହି ବିଶ୍ୱାସ କରାଯାଇ ପାରୁ ନାହାନ୍ତି। ଉକ୍ତ ଚିପ୍‌ ମିଳିଲେ ହତ୍ୟାର କାରଣ ଉପରେ ରହସ୍ୟ ହଟିବ ବୋଲି କୁହାଯାଉଛି।
ଖସିବାକୁ ମିଛ

ଅଣ୍ଡରଟେକିଂ ଲେଖାଇଥିଲେ
ଶର୍ମିଷ୍ଠା ଓ ସହଯୋଗୀମାନେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ସୁଚିନ୍ତିତ ଯୋଜନା କରିଥିଲେ। ଏଥିପାଇଁ ସେମାନେ ମାନସଙ୍କ ଦସ୍ତଖତ ଥିବା ଏକ ଅଣ୍ଡରଟେକିଂ ଲେଖାଇଥିବ ଜଣାପଡିଛି। ମେମୋରି ପାଇସାରିବା ପରେ ମାନସଙ୍କୁ ଛାଡ଼ି ଦେଇଥିବା ସେଥିରେ ଉଲ୍ଲେଖ ରହିଛି। ହୁଏତ ମାନସଙ୍କୁ ନିର୍ଯାତନା ଦିଆଯାଇ ଦସ୍ତଖତ କରାଯାଇଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଦସ୍ତଖତ ମାନସଙ୍କର ନା ତାଙ୍କ ନାମରେ ଆଉ କିଏ କରିଛି, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ଫରେନ୍‌ସିକ୍‌ ଲାବ୍‌ରେ ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ଏଥିସହ ଅଣ୍ଡରଟେକିଂ କଥା କହି କିପରି ଶର୍ମିଷ୍ଠା ମାନସଙ୍କ ମୃତ୍ୟୁଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ତାହାର ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri