ପୋଲିସକୁ ଭୁଆଁ ବୁଲାଇଥିଲେ ଶର୍ମିଷ୍ଠା

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ, ୩୧।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ୫ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍‌ ଜେରା କରୁଛି। ଦୁଇଦିନର ଜେରାରୁ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୋଲିସ ଯେପରି ଟେର୍‌ ନ ପାଇବ ସେଥିପାଇଁ ଶର୍ମିଷ୍ଠା ଫେରାର ପୂର୍ବରୁ ହିଁ ଯୋଜନା କରିଥିଲେ। ନିଜେ ଖବରଦାତା ହୋଇଥିବାରୁ ମୋବାଇଲ ଫୋନ୍‌ ଲିଙ୍କ୍‌ରୁ ପୋଲିସ ସହଜରେ ତାଙ୍କୁ ଧରିଦେବ ବୋଲି ଜାଣିଥିଲେ। ତେଣୁ ସେ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌ ଘରେ ଛାଡ଼ି ଯିବା ସହ ବାହାରୁ ୩ଟି ସିମ୍‌ କିଣି ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ରହି ଲୁଚି ବୁଲିଥିଲେ। ଭଦ୍ରକ ଆଗରପଡ଼ାରେ ଗୋଟିଏ ସିମ୍‌ ଓ ଅନ୍ୟ ୨ଟି ସିମ୍‌ କୋଲକାତାରେ କିଣିଥିବା ପଚରାଉଚରାବେଳେ ଶର୍ମିଷ୍ଠାଙ୍କଠାରୁ ଜଣାପଡିଛି। ତେବେ ଶର୍ମିଷ୍ଠା କିପରି ଅତି ଚତୁରତାର ସହ ପୋଲିସକୁ ଭୁଆଁ ବୁଲାଇ ଫେରାର ରହିଥିଲେ ସେସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଥିଲେ ମଧ୍ୟ ମେମୋରି ଚିପ୍‌ ରହସ୍ୟକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ମାନସଙ୍କୁ ମାରଣାସ୍ତ୍ର ଦ୍ୱାରା ପ୍ରବଳ ମାଡ଼ ମରାଯାଇଛି। ଫଳରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କ ଛାତି ଓ ଶରୀରରେ ଗଭୀର ଆଘାତ ଲାଗିବାରୁ ମୃତ୍ୟୁ ଘଟିଥିବା ବ୍ୟଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ତେବେ ଜେରାବେଳେ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

କ୍ରାଇମବ୍ରାଞ୍ଚର ସୂଚନାନୁସାରେ, ମାର୍ଚ୍ଚ ୭ରେ ଶର୍ମିଷ୍ଠା ସହଯୋଗୀ ଝୁନାଙ୍କୁ ଧରି ଫେରାର ହୋଇଥିଲେ। ଧରା ନ ପଡ଼ିବା ପାଇଁ ପ୍ରଥମେ ନିଜ ମୋବାଇଲ୍‌ ଫୋନ୍‌କୁ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଥିବା ସ୍କାଏ ଆପାର୍ଟମେଣ୍ଟସ୍ଥିତ ନିଜ ଘରେ ଛାଡ଼ି ଚାଲିଯାଇଥିଲେ। ପରେ ସେ ଝୁନାଙ୍କ ସହ ଯାଜପୁର ଜିଲା କାଳିଆପାଣି ଥାନା କୋଇପୋଷି ଗ୍ରାମସ୍ଥିତ ଶାଶୁଘରକୁ ଯାଇ ୩ଦିନ ରହିଥିଲେ। ସେଠାରେ ସ୍ବାମୀଙ୍କ ସହ ମିଳାମିଶା କରି ପୂଜା କରିବା ସହ ୧୦ ତାରିଖ ସକାଳ ୫ଟା ୩୦ରେ ଶାଶୁଙ୍କ ସହ ଭଦ୍ରକ ଆଗରପଡ଼ାର ପୁରୁଷଣ୍ଢା ଗ୍ରାମସ୍ଥିତ ନଣନ୍ଦଙ୍କ ଘରକୁ ଯାଇଥିଲେ। ସେଠାରେ ମଧ୍ୟ ୩ ଦିନ ରହି ୧୩ ତାରିଖ ଅପରାହ୍ନ ୨ଟା ୫୦ରେ ଝୁନାଙ୍କ ସହ ଏକ ଅଟୋରେ ଭଦ୍ରକ କୁପାରି ବସ୍‌ଷ୍ଟାଣ୍ଡରୁ ବାଲେଶ୍ୱର ଯାଇଥିଲେ। ପୁଣି ବାଲେଶ୍ୱରରୁ ଟ୍ରେନ୍‌ ଯୋଗେ କୋଲକାତା ଚାଲିଯାଇଥିଲେ। ୧୪ ତାରିଖରେ ସେମାନେ ନଦିଆ ଜିଲା କଲ୍ୟାଣୀ ଅଞ୍ଚଳରେ ପହଞ୍ଚତ୍ କିଛିଦିନ ରହିଥିଲେ। ପରେ ଉକ୍ତ ସ୍ଥାନ ବଦଳାଇ ମାୟାପୁରୀରେ ଥିବା ଭାଇ ପରମେଶ୍ୱରଙ୍କ ସମ୍ପର୍କୀୟ ଅସୀମା ଦାସଙ୍କ ଘରେ କିଛିଦିନ ରହି ପୁଣି ଜଲପାଇଗୁଡ଼ି ଚାଲିଯାଇଥିଲେ। ସେଠାରେ ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ କିଛିଦିନ ରହି କୋଲକାତା ଆସିଥିଲେ। ଏହା ଭିତରେ ସେମାନେ କିଛି ସମୟ ରେଳ ଷ୍ଟେଶନରେ ମଧ୍ୟ କଟାଇଥିଲେ।

ନିରଞ୍ଜନ ଅଭିନୟ କରୁଥିବା ଭିଡିଓ ଭାଇରାଲ୍‌
ମାନସ ମୃତ୍ୟୁ ପଛର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠାଙ୍କ ଏକ ଭଜନ ଭିଡିଓରେ ଅଭିନୟ କରିଥିଲେ। ଏହା ପୁରୀ ବେଳାଭୂମିରେ ଶୁଟିଂ ହୋଇଥିଲା। ଏହାକୁ ଶୁଟିଂ କରୁଥିବା ମାନସ ତାହାକୁ ଡିଲିଟ୍‌ କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିପାଇଁ କ’ଣ ମାନସଙ୍କୁ ହତ୍ୟା କରାଯାଇଥିବ ତାହାକୁ କେହି ବିଶ୍ୱାସ କରାଯାଇ ପାରୁ ନାହାନ୍ତି। ଉକ୍ତ ଚିପ୍‌ ମିଳିଲେ ହତ୍ୟାର କାରଣ ଉପରେ ରହସ୍ୟ ହଟିବ ବୋଲି କୁହାଯାଉଛି।
ଖସିବାକୁ ମିଛ

ଅଣ୍ଡରଟେକିଂ ଲେଖାଇଥିଲେ
ଶର୍ମିଷ୍ଠା ଓ ସହଯୋଗୀମାନେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ସୁଚିନ୍ତିତ ଯୋଜନା କରିଥିଲେ। ଏଥିପାଇଁ ସେମାନେ ମାନସଙ୍କ ଦସ୍ତଖତ ଥିବା ଏକ ଅଣ୍ଡରଟେକିଂ ଲେଖାଇଥିବ ଜଣାପଡିଛି। ମେମୋରି ପାଇସାରିବା ପରେ ମାନସଙ୍କୁ ଛାଡ଼ି ଦେଇଥିବା ସେଥିରେ ଉଲ୍ଲେଖ ରହିଛି। ହୁଏତ ମାନସଙ୍କୁ ନିର୍ଯାତନା ଦିଆଯାଇ ଦସ୍ତଖତ କରାଯାଇଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଦସ୍ତଖତ ମାନସଙ୍କର ନା ତାଙ୍କ ନାମରେ ଆଉ କିଏ କରିଛି, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ଫରେନ୍‌ସିକ୍‌ ଲାବ୍‌ରେ ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ଏଥିସହ ଅଣ୍ଡରଟେକିଂ କଥା କହି କିପରି ଶର୍ମିଷ୍ଠା ମାନସଙ୍କ ମୃତ୍ୟୁଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ତାହାର ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri