ଆଜି ଓଡ଼ିଶା ଆସୁଛନ୍ତି ଶର୍ମିଷ୍ଠାଙ୍କ ଭାଇ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁଯାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ବୁଧବାର ଓଡ଼ିଶା ଆସିବେ। ମଙ୍ଗଳବାର ପରମେଶ୍ୱରଙ୍କୁ ବିଜୟଓ୍ବାଡାରୁ ପୋଲିସ କରିଥିଲା । ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ପରମେଶ୍ୱରଙ୍କୁ ଓଡ଼ିଶା ଆଣୁଛି । ଭଉଣୀ ଶର୍ମିଷ୍ଠାଙ୍କ ଫେରାର ପଛରେ ପରମେଶ୍ବର ପ୍ଲାନ ଥିବା ଜଣାପଡିଛି। ମାନସଙ୍କ ହତ୍ୟା ପରେ ଶର୍ମିଷ୍ଠା କିଛିଦିନ ଓଡ଼ିଶାରେ ଥିଲେ । ଭଦ୍ରକ ପୋଲିସର ଜେରା ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଏହାରି ଭିତରେ ଶର୍ମିଷ୍ଠା ଫେରାର୍‌ ହୋଇଯାଇଥିଲେ।