ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଦାଦାବଟି ପାଇଁ ହତ୍ୟା, ୩ ଗିରଫ

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା ଗାଁର ଏକ ଚାଷ ଜମିରୁ ଶୁକ୍ରବାର ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସୋମବାର କୋମାଖାନ ପୋଲିସ ଜଣେ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡ଼ା ମହୁଲଭଟାର ପର୍ଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡତୋରର ସରୋଜ ଦଣ୍ଡସେନା (୨୪) ଓ ଅନ୍ୟ ଜଣେ ନାବାଳକ।ଦାଦାବଟି ପାଇଁ ମାନସଙ୍କୁ ଅପହରଣ ପରେ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି ବୋଲି ଛତିଶଗଡ ପୋଲିସ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ମେ ୮ରେ ମାନସ ନିଖୋଜ ଥିବା ନେଇ ନୂଆପଡ଼ା ସଦର ଥାନାରେ ଅଭିଯୋଗ ହୋଇଥିଲା। ମାନସ ଫର୍ମାସୀ ପଢି ଆଖପାଖ ଗାଁରେ ରୋଗୀସେବା କରୁଥିଲେ। ଗତ ଏପ୍ରିଲ ୨୩ରେ ଛତିଶଗଡ ମହାସମୁନ୍ଦ ଜିଲା ପିଥୋରାରେ ମାନସ ବିବାହ କରିଥିଲେ। ୮ ତାରିଖ ସନ୍ଧାରେ ମାନସ ରୋଗୀସେବା କରିବାକୁ ଯାଇ ଘରକୁ ଫେରି ନ ଥିଲେ। ୯ରେ ତାଙ୍କ ମୃତଦେହ କୋମାଖାନ ଥାନା କଶେକେରା ଗାଁ ନିକଟରୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ଏ ନେଇ କୋମାଖାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପ୍ରଥମେ ମହୁଲଭଟା ଗାଁର ପର୍ଶୁଙ୍କୁ ଗିରଫ କରିଥିଲା। ପରେ ତାଙ୍କ ବୟାନ ଆଧାରରେ ସରୋଜ, ଗଣପତଙ୍କୁ ଗିରଫ କରିଥିଲା। ଏହାସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଧରିଥିଲା। ଗତ ୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ମାନସଙ୍କୁ ଡକାଇ ଏକ ଚାରିଚକିଆ ଗାଡି (ଓଡି-୨୬ଏ୨୭୦୦)ରେ ଅପହରଣ କରି ନେଇଥିଲେ। ସେମାନେ କୋମାଖାନ ନେଇ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ମାନସଙ୍କ ଖାତାରେ ୯ ହଜାର ଟଙ୍କା ଥିଲା। ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇ ନ ଥିଲା। ଶେଷରେ ସେମାନେ ମାନସଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି।ପୋଲିସ ଅଭିଯୁକ୍ତମାନଙ୍କ ଚାରିଚକିଆ ଗାଡି, ୩ଟି ମୋବାଇଲ ଫୋନ ସହ ମୃତକଙ୍କ ବାଇକ ଓ ଔଷଧ ବ୍ୟାଗ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri