ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

ଖୋର୍ଦ୍ଧା ଅଫିସ୍‌,୨।୯: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗରେ ତାଙ୍କୁ ତାଙ୍କ ଘରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ। ମାନସ ଦାସଙ୍କ ମାନବବାଦ ସଂଗଠନଙ୍କ ନାଁରେ ଅନେକ ସଙ୍ଗୀନ ଅଭିଯୋଗ ରହିଛି। ସଂଗଠନ ଦ୍ୱାରା ଗଠିତ ନିୟମ ମାନିବାକୁ ଲୋକଙ୍କୁ ବାଧ୍ୟ କରାଯାଉଥିଲା। ଯିଏ ସଂଗଠନ ଅନୁଯାୟୀ କାମ ନ କରୁଥିଲା ତାଙ୍କୁ ଅନେକ ନିର୍ଯାତନା ଦିଆଯାଉଥିଲା। ନିକଟରେ ପୋଲିସରେ ଏନେଇ ଅଭିଯୋଗ ଆସିବା ପରେ ପୋଲିସ ପ୍ରମାଣ ସଂଗ୍ରହ କରି ମାନସଙ୍କୁ ଗିରଫ କରିଥିବା ଜଣାପଡିଛି।