ସ୍ଥାନାନ୍ତର, ରିଲିଫ ଯୋଗାଣରେ ସୀମିତ ପରିଚାଳନା

କେନ୍ଦ୍ରାପଡ଼ା,୨ା୬ (ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୫ ବର୍ଷ ବିତିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହା ସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ହୋଇନାହାନ୍ତି। ସାମୁଦ୍ରିକ ଝଡ଼ ପୂର୍ବରୁ ଉପାନ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ବଣ୍ଟନରେ ସୀମିତ ରଖାଯାଉଥିବାବେଳେ ସାମାନ୍ୟ ବନ୍ୟା ପରିସ୍ଥିତିରେ ଜିଲାର ୫୫ ଗ୍ରାମ ଜଳବନ୍ଦୀ ହେଉଛି। ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ବନ୍ଧବାଡ଼ର ନିର୍ମାଣ, ବାତ୍ୟା ଓ ସୁନାମୀ ସମୟରେ ସୁରକ୍ଷା ପ୍ରାଚୀର ଭାବେ ଠିଆ ହେଉଥିବା ହେନ୍ତାଳ ବଣ ପ୍ରତି ନିଘା ନାହିଁ। ସାମୁଦ୍ରିକ ଝଡ଼ ୟାସ ଓ ଦାନା ସମୟରେ ମିଳିଥିବା ସରକାରୀ ତଥ୍ୟ ଜିଲା ବିକାଶର କଟୁ ସତ୍ୟକୁ ପଦାକୁ ଆଣିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ୨୦୨୧ ମସିହାର ସାମୁଦ୍ରିକ ଝଡ଼ ୟାସ ଓ ୨୦୨୪ର ଦାନାରେ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହୋଇଥିଲା। ତେବେ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୧୦୦ରୁ ୧୨୦ କିଲୋମିଟର ପବନ ଘଣ୍ଟା ପ୍ରତି ହୋଇଥିବା ଯୋଗୁ ଜିଲାର ବିଶେଷ କ୍ଷତି ହୋଇନାହିଁ। ଏହି ସାମୁଦ୍ରିକ ଝଡ଼ର ବେଗ ଆକଳନ ଅନୁଯାୟୀ ୧୮୫ କିଲୋମଟିରକୁ ବୃଦ୍ଧି ପାଇଥିଲେ ବହୁ ମୃତାହତ ହେବା ସହ ତଟରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଜିଲାର ଲକ୍ଷାଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଶୁଖିଲା ଓ ରନ୍ଧ୍ୟା ଖାଦ୍ୟ ପ୍ରଦାନ, ପାନୀୟ ଜଳ ବ୍ୟବସ୍ଥା, ମହାମାରୀ ପାଇଁ ମାସ୍କ ବଣ୍ଟନଠାରୁ ଆରମ୍ଭ କରି ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ପରିବେଶବିତ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ ବଣ୍ଟନରେ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ୧୯୯୯ ମସିହାରେ ଏହି ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ପ୍ରକାଶ ପାଇଥିବାବେଳେ ବାସ୍ତବରେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲାବାସୀ ପ୍ରତିବର୍ଷ ଜୀବିକା ହରାଉଛନ୍ତି। ୟାସ ଓ ଦାନା ସାମୁଦ୍ରିକ ଝଡ଼ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳକୁ ଦୁଇଦିନ ଧରି ଜଳବନ୍ଦୀ କରିଥିବାବେଳେ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ବହୁ ଗ୍ରାମକୁ ନଦୀନାଳ ପାଣି ପଶି ଯାଇଥିଲା। ଜିଲାର ତଳମୁଣ୍ଡରେ ଥିବା ୫୫ ଗ୍ରାମ ନିକଟରେ ନଦୀବନ୍ଧ ନ ଥିବାରୁ ବନ୍ୟା ସମସ୍ୟା ଅଛି। ସେହିପରି ସମୁଦ୍ରର ଅଶାନ୍ତ ଜୁଆରକୁ ହେନ୍ତାଳ ବଣ ପ୍ରତିହତ କରିପାରିବ। ତଟାଞ୍ଚଳରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହ ସ୍ଥାନୀୟ ଲୋକଙ୍କ ଅନ୍ୟତ୍ର ଥଇଥାନ ଆବଶ୍ୟକ। ଏହି ୧୦ କିଲୋମିଟର ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ସାମୟିକ ନିସ୍ତାର ମିଳିବ। ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଅଧିକ ହେନ୍ତାଳ ବଣ ସୃଷ୍ଟି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri