ସ୍ଥାନାନ୍ତର, ରିଲିଫ ଯୋଗାଣରେ ସୀମିତ ପରିଚାଳନା

କେନ୍ଦ୍ରାପଡ଼ା,୨ା୬ (ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୫ ବର୍ଷ ବିତିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହା ସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ହୋଇନାହାନ୍ତି। ସାମୁଦ୍ରିକ ଝଡ଼ ପୂର୍ବରୁ ଉପାନ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ବଣ୍ଟନରେ ସୀମିତ ରଖାଯାଉଥିବାବେଳେ ସାମାନ୍ୟ ବନ୍ୟା ପରିସ୍ଥିତିରେ ଜିଲାର ୫୫ ଗ୍ରାମ ଜଳବନ୍ଦୀ ହେଉଛି। ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ବନ୍ଧବାଡ଼ର ନିର୍ମାଣ, ବାତ୍ୟା ଓ ସୁନାମୀ ସମୟରେ ସୁରକ୍ଷା ପ୍ରାଚୀର ଭାବେ ଠିଆ ହେଉଥିବା ହେନ୍ତାଳ ବଣ ପ୍ରତି ନିଘା ନାହିଁ। ସାମୁଦ୍ରିକ ଝଡ଼ ୟାସ ଓ ଦାନା ସମୟରେ ମିଳିଥିବା ସରକାରୀ ତଥ୍ୟ ଜିଲା ବିକାଶର କଟୁ ସତ୍ୟକୁ ପଦାକୁ ଆଣିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ୨୦୨୧ ମସିହାର ସାମୁଦ୍ରିକ ଝଡ଼ ୟାସ ଓ ୨୦୨୪ର ଦାନାରେ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହୋଇଥିଲା। ତେବେ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୧୦୦ରୁ ୧୨୦ କିଲୋମିଟର ପବନ ଘଣ୍ଟା ପ୍ରତି ହୋଇଥିବା ଯୋଗୁ ଜିଲାର ବିଶେଷ କ୍ଷତି ହୋଇନାହିଁ। ଏହି ସାମୁଦ୍ରିକ ଝଡ଼ର ବେଗ ଆକଳନ ଅନୁଯାୟୀ ୧୮୫ କିଲୋମଟିରକୁ ବୃଦ୍ଧି ପାଇଥିଲେ ବହୁ ମୃତାହତ ହେବା ସହ ତଟରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଜିଲାର ଲକ୍ଷାଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଶୁଖିଲା ଓ ରନ୍ଧ୍ୟା ଖାଦ୍ୟ ପ୍ରଦାନ, ପାନୀୟ ଜଳ ବ୍ୟବସ୍ଥା, ମହାମାରୀ ପାଇଁ ମାସ୍କ ବଣ୍ଟନଠାରୁ ଆରମ୍ଭ କରି ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ପରିବେଶବିତ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ ବଣ୍ଟନରେ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ୧୯୯୯ ମସିହାରେ ଏହି ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ପ୍ରକାଶ ପାଇଥିବାବେଳେ ବାସ୍ତବରେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲାବାସୀ ପ୍ରତିବର୍ଷ ଜୀବିକା ହରାଉଛନ୍ତି। ୟାସ ଓ ଦାନା ସାମୁଦ୍ରିକ ଝଡ଼ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳକୁ ଦୁଇଦିନ ଧରି ଜଳବନ୍ଦୀ କରିଥିବାବେଳେ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ବହୁ ଗ୍ରାମକୁ ନଦୀନାଳ ପାଣି ପଶି ଯାଇଥିଲା। ଜିଲାର ତଳମୁଣ୍ଡରେ ଥିବା ୫୫ ଗ୍ରାମ ନିକଟରେ ନଦୀବନ୍ଧ ନ ଥିବାରୁ ବନ୍ୟା ସମସ୍ୟା ଅଛି। ସେହିପରି ସମୁଦ୍ରର ଅଶାନ୍ତ ଜୁଆରକୁ ହେନ୍ତାଳ ବଣ ପ୍ରତିହତ କରିପାରିବ। ତଟାଞ୍ଚଳରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହ ସ୍ଥାନୀୟ ଲୋକଙ୍କ ଅନ୍ୟତ୍ର ଥଇଥାନ ଆବଶ୍ୟକ। ଏହି ୧୦ କିଲୋମିଟର ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ସାମୟିକ ନିସ୍ତାର ମିଳିବ। ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଅଧିକ ହେନ୍ତାଳ ବଣ ସୃଷ୍ଟି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri