Categories: ଫୁରସତ

ସ୍ତ୍ରୀଙ୍କୁ ଏତେ ଡର ଯେ ବାଇକ୍‌ରେ ଲେଖିଲେ ଏମିତି, ଭାଇରାଲ ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ବାଇକରେ ମଜାଳିଆ କୋଟ୍‌ ଲେଖିଥିବା ଦେଖିଥିବେ। କେହି କେହି ନିଜ ମା’ଙ୍କୁ ନେଇ ତ କେହି କେହି ତାଙ୍କ ପିତାଙ୍କ ବିଷୟରେ ଲେଖିଥାନ୍ତି। ହେଲେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଏତେ ଭୟ ଯେ ଗାଡିରେ ଲେଖିଛନ୍ତି ‘ବିବି ସେ ବେହସ, ଜିନ୍ଦେଗୀ ତେହସ ନେହସ’। ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେ କେହି ଏହି ଭିଡିଓ ଦେଖୁଛନ୍ତି ସେ ହସୁଛି।

ଭିଡିଓରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ବାଇକ୍‌ରେ ବସି ଯାଉଥିବାର ଦେଖାଯାଉଛି। ତାଙ୍କୁ କିଛି ଲୋକ ଅଟକାଇ ବାଇକ୍‌ରେ ଲେଖାଯାଇଥିବା ବାର୍ତ୍ତା ବିଷୟରେ ପଚାରିଥିଲେ। ଏହି ଭିଡିଓଟି ଏବେ ଭାଇରାଲ ହେଉଛି। ଇନଷ୍ଟାଗ୍ରାମରେ ଭିଡିଓଟି ‘ସଂସ୍କାରୀ ବିଚାର’ ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ହଜାର ହଜାର ଲୋକେ ଏହାକୁ ପସନ୍ଦ କରୁଥିବା ବେଳେ ଲୋକେ ଅଜବ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

Share