Categories: ଜାତୀୟ

ହିମାଚଳ ପ୍ରଦେଶରୁ ଚିହ୍ନଟ ‘ମଙ୍କିପକ୍ସ’ ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ୍‌ ହିଷ୍ଟ୍ରି

ସିମ୍‌ଲା,୩୦।୭: ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ରେ ଆକ୍ରାନ୍ତ ହୋଇଥିବା ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତିଙ୍କ ନମୁନା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ୨୧ ଦିନ ପୂର୍ବରୁ ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ପରେ ତାଙ୍କୁ ଅଲଗା ରଖାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ବ୍ୟକ୍ତିଙ୍କର
ବିଦେଶ ଭ୍ରମଣର କୌଣସି ହିଷ୍ଟ୍ରି ନାହିଁ ବୋଲି ଜଣାପଡ଼ିଛି।
ଦେଶରେ ଏବେ ‘ମଙ୍କିପକ୍ସ’ ମାମଲା ଚିନ୍ତା ବଢାଇଲାଣି। କେରଳରେ ‘ମଙ୍କିପକ୍ସ’ର ୩ଟି ମାମଲା ଏବଂ ଦିଲ୍ଲୀର ଗୋଟିଏ ମାମଲା ସାମ୍ନାକୁ ଆସିବା ପରେ ଏବେ ଚିନ୍ତାରେ ସରକାର। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ଏହା ସହ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share