Posted inଜାତୀୟ

ନିଜକୁ ଗୁଳି ମାରିଲେ ବ୍ୟକ୍ତି: ସୁଇସାଇଡ୍‌ ନୋଟ୍‌ ଭାଜପା ବିଧାୟକଙ୍କ ସମେତ ୬ ଜଣଙ୍କ ନାଁ

ବେଙ୍ଗାଲୁରୁ,୨।୧:କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ୪୭ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଛାଡି ଦିଆଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ମୃତ ବ୍ୟକ୍ତି ଜଣଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ସମେତ ୬ ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଲେଖିଛନ୍ତି।
ଏସ୍‌ ପ୍ରଦୀପ ନାମକ ଏହି ବ୍ୟକ୍ତି ଜଣକ ୨୦୧୮ରେ ବେଙ୍ଗାଲୁରୁ କ୍ଲବରେ ୧.୨ କୋଟି ଟଙ୍କା ବିନିଯୋଗ କରିଥିଲେ। ଦୁଇଜଣ ବ୍ୟକ୍ତି ନୋଟରେ ତାଙ୍କ ନାମ ନେଇଥିଲେ। ସେ କ୍ଲବରେ କାମ କରିବା ପାଇଁ ଦରମା ସମେତ ପ୍ରତି ମାସରେ ତିନି ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଟଙ୍କା ନେବା ପରେ ଗୋପି ଏବଂ ସୋମାୟା ନାମକ ଦୁଇଜଣ ବ୍ୟକ୍ତି ପ୍ରଦୀପଙ୍କୁ କିଛି ମାସ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ। ବହୁ ନିବେଦନ ପରେ ମଧ୍ୟ ପ୍ରଦୀପଙ୍କୁ ଟଙ୍କା ଫେରସ୍ତ କରି ନ ଥିଲେ। ତେଣୁ ପ୍ରଦୀପ ଏହି ପ୍ରସଙ୍ଗକୁ ଭାଜପା ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ନିକଟକୁ ନେଇଥିଲେ। ପ୍ରଦୀପ ଟଙ୍କା ଫେରସ୍ତ ପାଇଁ ବିଧାୟକ ଉଭୟଙ୍କ ସହ କଥା ହୋଇଥିଲେ ମଧ୍ୟ ସେମାନେ କେବଳ ୯୦ ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ। ଏହି କାରଣରୁ ପ୍ରଦୀପ ମାନସିକ ଚାପ ସହି ନ ପାରି ଆତ୍ମହତ୍ୟା କରିଥିଲେ।
ପୋଲିସର ସୂଚନାନୁସାରେ, ତାଙ୍କ କାରରେ ଆତ୍ମହତ୍ୟା ନୋଟ ମିଳିଥିଲା ଏବଂ ଏଥିରେ ଭାଜପା ବିଧାୟକଙ୍କ ସମେତ ୬ ଜଣଙ୍କ ନାମ ରହିଛି। ପୋଲିସ ଅଧିକାରୀମାନେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା...

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ...

ଅଗ୍ନିପଥ ଯୋଜନାର ୩ହଜାର ପଦ ପାଇଁ ହେଲାଣି ୫୬୯୬୦ ଆବେଦନ, ଜୁଲାଇ ୫ରେ ବନ୍ଦ ହେବ ପଞ୍ଜିକରଣ

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ, ୩ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ଚୟନ ପାଇଁ ଆବେଦନ କରିବାକୁ...

ଉଦ୍ୟୋଗପତି ବି.ଏମ୍‌. ଖୈତାନଙ୍କ ପରଲୋକ

କୋଲକାତା,୨ା୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ...

ଗୁଲାମ ନବୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ, ୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ...

‘ପାକ୍‌ ସହ ଆଲୋଚନା କରୁ କେନ୍ଦ୍ର’

ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ...

ମୋଦିଙ୍କ ଟୁଇଟ୍‌ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ

ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା...

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ...

Advertisement
Archives

Model This Week