କରୋନାରେ ଚାଲିଗଲା ବାପାଙ୍କ ଜୀବନ, ମନେ ପକାଇବା ପାଇଁ ସିଲିକନ୍‌ରେ ପ୍ରତିମୂର୍ତ୍ତି ନିର୍ମାଣ କଲେ ପୁଅ

ମୁମ୍ବାଇ,୨୫ା୯: କରୋନାରେ ବାପାଙ୍କ ଦେହାନ୍ତ ହେବା ପରେ ଜଣେ ପୁଅ ତାଙ୍କୁ ମନେ ପକାଇବା ପାଇଁ ବାପାଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କରି ଘରେ ପୂଜାର୍ଚ୍ଚନା କରୁଛନ୍ତି। ଏପରିକି ଏହି ପ୍ରତିମୂର୍ତ୍ତିରେ ସବୁବେଳେ ପୋଷାକ ପରିବର୍ତ୍ତନ ବି କରାଯାଉଛି।

୨୦୨୦ରେ ମହାରାଷ୍ଟ୍ରର ସାଙ୍ଗଲି ଅରୁଣ କୋରେଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଅରୁଣ ସବୁବେଳେ ନିଜକୁ ଏକୁଟିଆ ମନେ କରୁଥିଲେ। ତାଙ୍କ ବାପା ରାଓସାହେବ ଶାମରାଓ କୋରେ ଅବକାରୀ ବିଭାଗର ନିରୀକ୍ଷକ ଥିଲେ। ୨୦୨୦ରେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏହାପରେ ଅରୁଣ ବାପାଙ୍କର ଏକ ସିଲିକନ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅରୁଣ କହିଛନ୍ତି, ଏହି ମୂର୍ତ୍ତି ମହାରାଷ୍ଟ୍ରର ପ୍ରଥମ ସିଲିକନ ମୂର୍ତ୍ତି। ଶ୍ରୀଧର ନାମକ ଜଣେ ମୂର୍ତ୍ତିକାର ଏହାକୁ ତିଆରି କରିଥିଲେ। ଏହି ପ୍ରତିମୂର୍ତ୍ତିର ରଙ୍ଗ, ରୂପ, ଶରୀରର ସବୁ ଅଙ୍ଗ ଜୀବନ୍ତ ଲାଗୁଛି।

ଏକ ସିଲିକନ ପ୍ରତିମୂର୍ତ୍ତି ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ମୂର୍ତ୍ତିର ଆୟୁ ୫୦ ବର୍ଷ ହୋଇଥାଏ। ତେବେ ସିଲିକନ ମୂର୍ତ୍ତିରେ ପିନ୍ଧାଯାଉଥିବା ପୋଷାକ ସବୁଦିନ ବଦଳା ଯାଇପାରିବ। ଏହି ମୂର୍ତ୍ତି ସାଧାରଣ ଲୋକ ଭଳି ଅବିକଳ ଦେଖିବାକୁ। ଅରୁଣ କହିଛନ୍ତି, ଏହି ମୂର୍ତ୍ତି ଦେଖିଲେ ତାଙ୍କ ପାଖରେ ତାଙ୍କ ପାଖରେ ବାପା ଥିବା ଭଳି ମନେ ହୁଏ।

Share