Categories: ଫୁରସତ

ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ ୪୫୦ କିମି ଚାଲିଲେ। ଏମିତି ଘଟଣା ଘଟିଛି ସ୍ବିଜରଲାଣ୍ଡ ସୀମା ନିକଟ ଇଟାଲୀର କୋମା ସହରରେ।
୪୮ ବର୍ଷୀୟ ଏହି ବ୍ୟକ୍ତି କୋମା ସହରରୁ ଚାଲି ଚାଲି ଯାଇ ଫୋନୋ ଶହରରେ ପହଞ୍ଚିଥିଲେ। ଉଭୟ ସହର ମଧ୍ୟରେ ଦୂରଦା ୪୨୬ କିମି। ଏହି ବ୍ୟକ୍ତି ଫୋନୋରେ ପହଞ୍ଚିବା ପରେ ପ୍ରାୟ ୩୦ କିମି ଚାଲି ଚାଲି ଆଡ୍ରିଏଟିଭ କୋଷ୍ଟରେ ପହଞ୍ଚିଥିଲେ। ସେଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତା’ପରେ ସେ ୪୫୦ କିମି ଚାଲିବାର କାରଣ ପୋଲିସକୁ କହିଥିଲେ। ଯାହାକୁ ଶିଣୁବା ପରେ କେହ ହେଲେ ବିଶ୍ୱାସ କରିପାରି ନ ଥିଲେ।
ବ୍ୟକ୍ତିଜଣଙ୍କ ପୋଲିସକୁ କହିଥିଲେ ଯେ, ଏକ କଥାକୁ ନେଇ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ମୁଁ ନିଜକୁ ଶାନ୍ତ କରିବା ପାଇଁ ଘରୁ ବାହାରକୁ ଯାଇଥିଲି। ଏହି ସମୟ ମଧ୍ୟରେ ଲୋକମାନେ ମୋତେ ଖାଦ୍ୟ ଖାଇବାକୁ ଦେଇଥିଲେ। ରାଗରେ ମୁଁ ଏତେ ଦୂର ଆସିଯାଇଛି ତାହା ନିଜେ ମଧ୍ୟ ଜାଣିପାରିଲି ନାହିଁ ବୋଲି ସେ କହିଛନ୍ତି। ସେ ଦିନକୁ ପ୍ରାୟ ୬୪ କିମି ଚାଲୁଥିଲେ। ଏହା ଶୁଣିବା ପରେ ପୋଲିସ ତଥ୍ୟ ସଂଗ୍ରହ କରି ଜାଣିବାକୁ ପାଇଲା ଯେ, ତାଙ୍କ ସ୍ତ୍ରୀ ଏକ ସପ୍ତାହ ପୂର୍ବରୁ ସ୍ବାମୀ ନିଖୋଜ ହୋଇଯାଇଥିବା ଖବର ଦେଇଥିଲେ।

Share