Categories: ଫୁରସତ

ସ୍ତ୍ରୀଙ୍କ କ୍ରେଡିଟ୍‌ କାର୍ଡରୁ ପ୍ରେମିକାଙ୍କ ପାଇଁ ଟ୍ରାଫିକ ଚାଲାଣ ଭରିଥିଲେ ସ୍ବାମୀ, ଜଣାପଡ଼ିବା ପରେ…

ଦୁବାଇରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ କ୍ରେଡିଟ୍‌ କାର୍ଡ ହ୍ୟାକ୍‌ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଜାଣିବାକୁ ପାଇଥିଲା ଯେ, ମହିଳାଙ୍କ ସ୍ବାମୀ ତାଙ୍କ ପ୍ରେମିକାଙ୍କ ଟ୍ରାଫିକ ଜରିମାନା ଭରିବା ପାଇଁ ଏହି କାର୍ଡକୁ ବ୍ୟବହାର କରିଛନ୍ତି।

ଦୁବାଇ ପୋଲିସର ସାଇବର ଡିପାର୍ଟମେଣ୍ଟର ଡେପୁଟୀ ଡାଇରେକ୍ଟର କ୍ୟାପଟେନ ଅବଦୁଲ୍ଲାଙ୍କ କହିବା ଅନୁସାରେ, ପୋଲିସକୁ ଏ ସମ୍ପର୍କରେ ସୂଚନା ପାଇଥିଲା। ତାଙ୍କ କ୍ରେଡିଟ୍‌ କାର୍ଡ ଗାଏବ ହୋଇଯାଇଥଲା। ତେଣୁ ଟ୍ରାଫିକ ଜରିମାନା ଭରିବା ପାଇଁ ବ୍ୟକ୍ତିଜଣଖ ସ୍ତ୍ରୀଙ୍କ କାର୍ଡ ବ୍ୟବହାର କରିଥିଲେ।


ପୋଲିସ କହିଛି, ଏ ଘଟଣା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। କାରଣ ମହିଳା ଜଣଙ୍କୁ ଜଣା ନ ଥିଲା କି ତାଙ୍କ ସ୍ବାମୀଙ୍କ ଜଣେ ପ୍ରେମିକା ଅଛନ୍ତି ଆଉ ସେ ତାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବେ ବୋଲି। ପ୍ରେମିକାଙ୍କୁ ବି ଜଣା ନ ଥିଲା ତାଙ୍କ ପ୍ରେମିକ ଜଣେ ବିବାହିତ ବୋଲି।
ମହିଳାଙ୍କ କ୍ରେଡିଟ୍‌ କାର୍ଡ ଗାଏବ ନ ହୁଏ କି ଏତେ କଥା ଜଣା ନ ପଡ଼େ। କ୍ରେଡିଟ୍‌ କାର୍ଡ ଲେଣଦେଣ ସମ୍ପର୍କରେ ମହିଳାଙ୍କୁ ବ୍ୟାଙ୍କ ସୂଚନା ଦେଇଥିଲା। ଏହା ପରେ ଦୁବାଇ ପୋଲିସ କାର୍ଡକୁ ବ୍ଲକ କରିଥିଲା। ଯାଞ୍ଚ ପରେ ସବୁ ସତ ଜଣାପଡ଼ିଥିଲା।

Share