Categories: ଫୁରସତ

କୁକୁଡ଼ା ସହ ସମ୍ପର୍କ ରଖିଲେ ଯୁବକ, ସ୍ତ୍ରୀ କଲେ ଭିଡିଓ; ତାପରେ…

କୁକୁଡ଼ା ସହ ସମ୍ପର୍କ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜଣେ ଯୁବକଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୁବକଜଣଙ୍କ କୁକୁଡ଼ା ସହ ସମ୍ପର୍କ ରଖିଲାବେଳେ ତାଙ୍କ ସ୍ତ୍ରୀ ଏହାର ଭିଡିଓ ରେକର୍ଡ କରିଥିଲେ। ଡେଲି ମେଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଯୁବକଙ୍କ ନାମ ହେଉଛି ରେହାନ ବେଗ୍‌। ବ୍ରିଟେନର ବ୍ରେଡ୍‌ଫୋର୍ଡ ଅଞ୍ଚଳରେ ଏହି କୁତ୍ସିତ ଘଟଣାଟି ଘଟିଛି। ଏହି ମାମଲାରେ ୩୭ ବର୍ଷୀୟ ରେହାନଙ୍କୁ ବ୍ରେଡ୍‌ଫୋର୍ଡ କ୍ରାଉନ୍‌ କୋର୍ଟ ଦଣ୍ଡିତ କରିଛି।


ମୁତାବକ ଏହି ଘଟଣା ପରେ କୁକୁଡ଼ାଟିର ମୃତ୍ୟୁ ହୋଇଯାଇଥିଲା। ରେହାନଙ୍କ ସ୍ତ୍ରୀ ମଧ୍ୟ ନିଜେ ସ୍ବୀକାର କରିଛନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କୁ ଏହି ଅଜବ କାର୍ଯ୍ୟରେ ସହାୟତା କରିଥିଲେ। ତେବେ ଘରୋଇ ହିଂସାର ପ୍ରମାଣ ମିଳିବା ପରେ ରେହାନଙ୍କ ସ୍ତ୍ରୀଙ୍କୁ କୋର୍ଟ ଦଣ୍ଡିତ କରି ନ ଥିଲେ।


ରେହାନଙ୍କ ଏହି କାର୍ଯ୍ୟକୁ ଅତ୍ୟନ୍ତ ନିନ୍ଦନୀୟ ଓ ବିକୃତ ବୋଲି କହିଥିଲେ। ରେହାନଙ୍କ ଏହି ବିକୃତ କାର୍ଯ୍ୟ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଶିଶୁଙ୍କୁ ଯୌନ ଶୋଷଣ ଦିଆଯାଉଥିବାର ଫଟୋ ସେ ତାଙ୍କ କମ୍ପ୍ୟୁଟରରେ ରଖିଥିଲେ ଏବଂ ସୂଚନା ପାଇ ନ୍ୟାଶନାଲ କ୍ରାଇମ ଏଜେନ୍ସି ବେଗ୍‌ଙ୍କ ଘରେ ଚଢ଼ଉ କରିଥିଲା। ବେଗ୍‌ ଅନେକ କୁକୁଡ଼ାଙ୍କ ସହ ଏଭଳି ସମ୍ପର୍କ ରଖିଥିବା କ୍ରାଇମ ଏଜେନ୍ସି ତାଙ୍କ କମ୍ପ୍ୟୁଟର ଜବତ କରି ଜାଣିବାକୁ ପାଇଛି।

Share