କିଙ୍ଗ ଚାର୍ଲସ, ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ

ଲଣ୍ଡନ,୧୦ ।୧୧: କିଙ୍ଗ ଚାର୍ଲସ ତୃତୀୟ ଓ ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, କିଙ୍ଗ ଚାର୍ଲସ ଓ ତାଙ୍କ ପତ୍ନୀ ଉତ୍ତର ଇଂଲଣ୍ଡର ୟାର୍କ ସହରରେ ଏକ ପାରମ୍ପରିକ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ । ଏହି ସମୟରେ ଭିଡ ଭିତରେ ଥିବା ଜଣେ ବ୍ୟକ୍ତି ସେମାନଙ୍କ ଉପରକୁ ଅଣ୍ଡା ମାଡ କରିଥିଲେ ।
କିଙ୍ଗ ଚାର୍ଲସ ଦୁଇ ଦିନିଆ ଉତ୍ତର ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ଘଟଣାରେ ରାଜ ଦମ୍ପତିଙ୍କର କିଛି ଅସୁବିଧା ହୋଇନାହିଁ । ପ୍ରଦର୍ଶନକାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ, ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ କିଙ୍ଗ ଚାର୍ଲସ ତୃତୀୟ ବ୍ରିଟେନର ନୂଆ ରାଜା ହୋଇଛନ୍ତି ।

Share