Categories: ଫୁରସତ

ଫୁଟୁଥିବା ତେଲ କଡ଼େଇରେ ହାତ ପୁରାଇ ଗ୍ରାହକଙ୍କୁ ପକୁଡ଼ି ଦେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଏକ ଜଳଖିଆ ଦୋକାନରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କ ଫୁଟୁଥିବା ତେଲରୁ ପକୁଡି କାଢ଼ି ଗ୍ରାହକଙ୍କୁ ଦେଉଛନ୍ତି। ତେବେ ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି। ମାତ୍ର ଆଶ୍ଚର୍ଯ୍ୟ କରିଦେଲା ଭଳି ଅନେକ କିଛି ଅଛି। କାରଣ ବ୍ୟକ୍ତି ଜଣଙ୍କ ଗରମ ତେଲ କଡ଼େଇରେ ହାତ ପୁରାଇ ପକୁଡ଼ି କାଢ଼ୁଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share