Categories: ଫୁରସତ

ନଦୀରେ କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି; ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଇଛି, ନଦୀରେ ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀର ସହ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ କୁମ୍ଭୀର ସୁଯୋଗ ଦେଖି ତାଙ୍କୁ ପାଟି ଆଁ କରି ଆକ୍ରମଣ କରିଥିଲା। ଏହା ପରେ ବ୍ୟକ୍ତିଜଣକ କୁମ୍ଭୀର ମୁହଁଙ୍କୁ ଏକ ଶକ୍ତ ଆଘାତ ଦେଇ ପାଣି ଭିତରୁ ବାହାରି ଆସିଲେ। ଭିଡିଓଟି ଫ୍ଲୋରିଡାରେ ଶୁଟିଂ ହୋଇଥିବା ଜଣାପଡ଼ିଛି।

ଭିଡିଓଟିକୁ ମ୍ୟୁଜିକ୍‌ ଆର୍ଟିଷ୍ଟ ତୁଣ୍ଡେ ଆଡନଟ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ ତୁମେ କ’ଣ ପାଗଳ ହୋଇଗଲ କି?’ ଏହି ଭିଡିଓଟି ଅକ୍ଟୋବର ୧୩ରେ ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ସେହିପରି ୬୦୦ରୁ ଅଧିକ ଲୋକ ରି-ଟୁଇଟ୍‌ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ତୁମେ କ’ଣ ଜାଣିନା କୁମ୍ଭୀର କେତେ ଭୟଙ୍କର? ତୁମେ କାହିଁକି ତାଙ୍କ ସହ ପହଁରିବାକୁ ଯାଇଥିଲ? ଏହିପରି ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Share