ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ହତ୍ୟା ପଛରେ ପ୍ରେମ ପ୍ରସ୍ତାବ

ଇସ୍ଲାମାବାଦ,୨୩।୩: ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ସୋମବାର ଜଣେ ହିନ୍ଦୁ ଯୁବତୀଙ୍କ ଘରେ ବଳ ପୂର୍ବକ ପ୍ରବେଶ କରି ବିବାହ ପ୍ରସ୍ତାବ ଦେଇଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ସେମାନେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପାକିସ୍ତାନରେ ଖ୍ରୀଷ୍ଟିଆନ ଓ ହିନ୍ଦୁ ଯୁବତୀଙ୍କ ସହ ଏଭଳି ଘଟଣା ନୂଆ ନୁହେଁ।

Share