ଭାଟିକାନ ଚର୍ଚ୍ଚରେ ନଗ୍ନ ହେଲେ ବ୍ୟକ୍ତି

ଭାଟିକାନ,୨।୬: ଭାଟିକାନ ସିଟିର ସେଣ୍ଟ ପିଟର ଚର୍ଚ୍ଚରେ ଗୁରୁବାର ଜଣେ ବ୍ୟକ୍ତି ନଗ୍ନ ହୋଇଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଚର୍ଚ୍ଚର ବେଦିକା ନିକଟରେ ନିଜର କପଡା ଖୋଲି ଦେଇଥିଲେ। କୁହାଯାଉଛି କି ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ କରି ବ୍ୟକ୍ତି ଜଣକ ଏପରି କରିଛନ୍ତି। ଏହାପରେ ଚର୍ଚ୍ଚର ସୁରକ୍ଷାକର୍ମୀ ଅଭିଯୁକ୍ତ ଜଣଙ୍କୁ ଧରିବା ସହ ଇଟାଲୀ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ଭାଟିକାନର ସେଣ୍ଟ ପିଟର ଚର୍ଚ୍ଚରେ ଥିବା ଜଣେ ବ୍ୟକ୍ତି ବେଦୀକା ନିକଟରେ ନିଜର ପୋଷାକ ୋଲଇ ଦେଇଥିଲେ। ସେହି ବ୍ୟକ୍ତିଙ୍କ ପିଠିରେ ଲେଖାଯାଇଥିଲା ଯେ ୟୁକ୍ରେନର ପିଲାମାନଙ୍କୁ ଉଦ୍ଧାର କରିବାକୁ ପଡିବ। ଏହା ସହିତ, ସେହି ବ୍ୟକ୍ତିଙ୍କ ଶରୀରରେ ଅନେକ ସ୍ଥାନରେ ନଖରେ ଖଣ୍ଡିଆ ହେବାର ଚିହ୍ନ ରହିଥିଲା । ଗୁରୁବାର ଦିନ ଚର୍ଚ୍ଚ ବନ୍ଦ ହେବାର କିଛି ସମୟ ପୂର୍ବରୁ ଏହି ଘଟଣା ଘଟିଥିଲା। ଘଟଣା ପରେ ଭାଟିକାନ ସିଟି ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇ ଇଟାଲୀ ପୋଲିସକୁ ହସ୍ତାନ୍ତର କରିଥିଲେ। ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ ଇଟାଲୀ ପୋଲିସ ଘଟଣାର ତଦନ୍ତ କରୁଛି।

Share