Categories: ଫୁରସତ

୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି

ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ ମିଶାଲ ପ୍ରସ୍ତୁତ କରିଛନ୍ତି ଏହି ଦୁଇ ବୃଦ୍ଧ। ଆମେରିକାର ଓ୍ବିସ୍କୋସିନ୍ସରେ ରହୁଥିବା ଦୁଇ ବନ୍ଧୁ ଟମ କୁକ ଏବଂ ଜୋଶେଫ ଫେନି ୧୯୯୨ରେ ଏକ ସ୍ବତନ୍ତ୍ର ପ୍ରତିଜ୍ଞା କରିଥିଲେ। ତାହା ଥିଲା ଦୁଇ ଜଣଙ୍କ ମଧ୍ୟରୁ ଜଣେ କିଏ ଯଦି ଲଟେରୀ ଜିତିବ ତେବେ ଦୁଇ ଜଣ ଭାଗ କରି ନେବେ। ଦୀର୍ଘ ୨୮ ବର୍ଷ ପରେ କୁକ ୨୨ ମିଲିୟନ ଡଲାର(ଭାରତୀୟ ମୁଦ୍ରାରେ ପାଖାପାଖି ୧୬୫ କୋଟି ଟଙ୍କା) ଲଟେରୀ ଜିତିଥିଲେ। ଏହାପରେ ସେ ତୁରନ୍ତ ଫେନିଙ୍କୁ ଫୋନ କରି ପ୍ରତିଜ୍ଞା ଅନୁସାରେ ଅଧା ଟଙ୍କା ଦେବା ପାଇଁ କହିଥିଲେ। କୁକଙ୍କଠାରୁ ଏକଥା ଶୁଣି ବିଶ୍ୱାସ କରି ପାରୁ ନ ଥିଲେ ଫେନି। ସେ ଭାବୁଥିଲେ ତାଙ୍କୁ ବନ୍ଧୁ ବୋଧେ ହୁଏ ମଜାରେ ଏମିତି କହୁଛନ୍ତି। କିନ୍ତୁ ସତ୍ୟତା ଜାଣିବା ପରେ ସେ ଭାବୁକ ହୋଇପଡିଥିଲେ। ଅବସର ପରେ ଦୁଇ ବନ୍ଧୁ ଏବେ ପରିବାର ସହ ଏକାଠି କଟାଇବୁ ବୋଲି ଫେନି କହିଛନ୍ତି।

Share