ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଗଛ ଉପରେ ବସିଲେ ବ୍ୟକ୍ତି: ଭିଡ଼ିଓ ଭାଇରାଲ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ସରକାରଙ୍କ ଏହି ଆଦେଶକୁ ଜଣେ ବ୍ୟକ୍ତି ଏଭଳି ଅନୁକରଣ କରିଛନ୍ତି ଯେ, ଲୋକଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ସେ ଗଛର ଶୀର୍ଷ ଉପରକୁ ଚଢ଼ିଯାଇଛନ୍ତି। ଏହି ଘଟଣା ଘଟିଛି ଇଂଲଣ୍ଡର ବାଥ୍‌ରେ। କିଛି ଯୁବକ ବାଥ୍‌ ସ୍ଥିତ ରୟାଲ ଭିକ୍ଟୋରିଆ ପାର୍କରେ ବୁଲୁଥିବା ସମୟରେ ସେଥିମଧ୍ୟରୁ ଜଣେ ଯୁବକଙ୍କ ଆଖି ଏକ ଗଛ ଉପରେ ପଡ଼ିଥିଲା।

ଯେଉଁଠାରେ କେହି ଜଣେ ବସିଥିବାର ତାଙ୍କୁ ଅନୁମାନ ହୋଇଥିଲା। ଏହାପରେ ସେ ତାଙ୍କ କ୍ୟାମେରାର ଲେନ୍ସକୁ ଜୁମ୍‌ କରି ଫଟୋ ଉଠାଇଥିଲେ। ଯେଉଁଥିରେ ଜଣେ ଯୁବକ ଜଣଙ୍କ ୬୦ଫୁଟ ଉଚ୍ଚ ଗଛ ଉପରେ ଆରାମ୍‌ରେ ବସି ସାଣ୍ଡଓ୍ବିଚ ଖାଇବାର ମଜାନେଉଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ପାର୍କକୁ ଆସିଥିବା ଯୁବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏହାର ଏକ ଭିଡିଓ କରିଥିଲେ। ପରେ ଉକ୍ତ ଭିଡ଼ିଓକୁ ଫେସବୁକ୍‌ରେ ଶେୟାର କରାଯାଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସମାନେ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏହା ଭଲ ସାମାଜିକ ଦୂରତ୍ୱ ବୋଲି କେତେକ ୟୁଜର୍ସ କହିଛନ୍ତି। ଅନ୍ୟପଟେ ଏହି ଭିଡିଓ ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ୧୪୩ରୁ ଊର୍ଦ୍ଧ୍ୱ ଲାଇକ୍ସ ଓ ୨୪୩ରୁ ଊର୍ଦ୍ଧ୍ୱ ଶେୟାର କରାଯାଇଥିବା ଜରାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri