ଏହି ଯୋଜନାରେ ନିବେଶକରି ପାଆନ୍ତୁ ଜବରଦସ୍ତ ଲାଭ, ଦୁଇଗୁଣା ହେବ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦେଶରେ ଅନେକ ସରକାରୀ ସ୍କିମ୍‌ ରହିଛି ଯେଉଁଥିରେ ସ୍ବଳ୍ପ ପରିମାଣର ନିବେଶକରି ଏହାର ଭରପୂର ଲାଭ ଉଠାଇପାରିବେ। ଏହା ମଧ୍ୟରେ ପୋଷ୍ଟ ଅଫିସର ବିଭିନ୍ନ ସ୍ମଲ୍‌ ସେଭିଂ ସ୍କିମ୍‌ ସାମିଲ ରହିଛି। ଡାକଘରର ସବୁ ଯୋଜନାକୁ କେନ୍ଦ୍ର ସରକାର ପରିଚାଳନା କରିଥାନ୍ତି। ଏହି ଯୋଜନାରେ ନିବେଶ ଦ୍ୱାରା ନିବେଶକଙ୍କୁ ଧାରା ୮୦ସି ଦ୍ୱାରା ଟିକସ ରିହାତି ମଧ୍ୟ ଉପଲବ୍ଧ ରହିଥାଏ। ସରକାର ପ୍ରତି ୩ ମାସରେ ଏହାର ସୁଧହାର ନିର୍ଦ୍ଧାରଣ କରିଥାନ୍ତି। ଏହି ଯୋଜନାର ସୁଧହାର ଉପରେ ବିଭିନ୍ନ ସମୟରେ ସମୀକ୍ଷା କରାଯାଇଥାଏ। ଯୋଜନା ଗୁଡିକ ମଧ୍ୟରେ ରହିଛି କିଷାନ ବିକାଶ ପତ୍ର(କେଭିପି)।
କିଷାନ ବିକାଶ ପତ୍ର (କେଭିପି) ଯୋଜନାକୁ ଚୟନ କରିବାକୁ ଏକ ବିକଳ୍ପ ରହିଛି। ଏହା ଏକ ଓ୍ବାନ୍‌ ଟାଇମ୍‌ ଇନଭେଷ୍ଟମେଣ୍ଟ ସ୍କିମ୍‌। ଯେଉଁଠି ନିର୍ଦ୍ଧାରିତ ଅବଧି ମଧ୍ୟରେ ଆପଣଙ୍କ ଟଙ୍କା ଦୁଇଗୁଣା ହେବ। ବର୍ତ୍ତମାନ ଏହି ସ୍କିମର ମାଚ୍ୟୁରିଟି ପିରିୟଡ୍‌ ୧୧୩ ମାସ ଅର୍ଥାତ୍‌ ୧୦ ବର୍ଷରୁ କମ୍‌ ରହିଛି। କେଭିପିରେ ୧୦୦୦ରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ନିବେଶ କରିପାରିବେ। ଏହି ଯୋଜନାରେ ନିବେଶକଙ୍କୁ ଚଳିତ ଆର୍ଥିକ ବର୍ଷରେ ନିବେଶ ଉପରେ ବାର୍ଷିକ ୭.୬% ସୁଧ ମିଳୁଛି। କିଷାନ ବିକାଶ ପତ୍ର ଏକ ପ୍ରକାରର ପ୍ରମାଣପତ୍ର ଭାବେ କାର୍ଯ୍ୟ କରିଥାଏ। ପ୍ରତି ୩ ମାସରେ ଏହାର ସୁଧହାର ନିର୍ଦ୍ଧାରିତ ହୋଇଥାଏ। ସୁଧହାରକୁ ସରକାର ବିଭିନ୍ନ ସମୟରେ ସଂଶୋଧନ କରିଥାନ୍ତି। କେଭିପିରେ ନିବେଶ କରିବାକୁ ହେଲେ ନିବେଶକଙ୍କ ବୟସ ୧୮ରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ଆଗ୍ରହୀ ଲୋକେ ପାଖ ଡାକଘର ଯାଇ କେଭିପି ଅରାକାଉଣ୍ଟ ଖୋଲି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri