Categories: ଫୁରସତ

ଶୂନ୍ୟରେ ବସିଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ଅନେକ ସମୟରେ ଆପଣ ହୁଏତ ରାସ୍ତା ପାର୍ଶ୍ୱରେ କିମ୍ବା ବଜାରରେ କୌଣସି ଲୋକ ଯାଦୁ ଦେଖାଉଥିବା ଦେଖିଥିବେ। ସେହି ଯାଦୁଗର ଯାଦୁ ଦେଖାଇବା ପରେ ମନକୁ ପ୍ରଶ୍ନ ଆସେ ଏସବୁ କରୁଛନ୍ତି କେମିତି? ଠିକ୍‌ ସେହିପରି ଏକ ଯାଦୁଗରି କୌଶଳ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଶୂନ୍ୟରେ ବସିଥିବାର ନଜର ଆସିଛନ୍ତି। ତାଙ୍କୁ ଆକାଶରେ ବସିଥିବାର ଦେଖି ସେହି ବାଟ ଦେଇ ଯାଉଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଭିଡିଓ ଏବଂ ଫଟୋ ଉଠାଇବାରେ ଲାଗିପଡ଼ିଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଜଣେ ବ୍ୟକ୍ତି ହଠାତ୍‌ ଆକାଶରେ କିପରି ବସିପାରେ? କିନ୍ତୁ କିଛି ଲୋକ ତାଙ୍କ ଯାଦୁଗରିର ଏହି କୌଶଳକୁ ଧରି ଦେଇଛନ୍ତି।

 

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁ ଲୋକ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଆକାଶରେ ବସିଛନ୍ତି। ସେ ଏକ ଖୁଣ୍ଟ ଉପରେ ହାତ ରଖିଛନ୍ତି। ତାଙ୍କ ଆଖପାଖର ସମସ୍ତ ଲୋକ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି। ଏହି ଭିଡିଓକୁ ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚ୍ୟାପ୍‌ମ୍ୟାନ୍‌ ତାଙ୍କ ଟୁଇଟ୍‌ର ପେଜ୍‌ରେ ଶେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କି, ବ୍ୟକ୍ତି ଜଣକ ରାସ୍ତାରେ ଯାଉଛନ୍ତି ଏବଂ ହାତରେ ବାଡ଼ି ଧରି ପବନରେ ହଠାତ୍‌ ବସିପଡୁଛନ୍ତି। ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ସେହି ବ୍ୟକ୍ତିଜଣକ ଏହିପରି ଭାବେ କିଛି ସମୟ ଶୂନ୍ୟରେ ବସି ପୁଣି ଭୂମିରେ ବସିପଡୁଛନ୍ତି। ଏହି ଭିଡିଓକୁ ରେକ୍ସ ଚ୍ୟାପମ୍ୟାନ୍‌ ଜୁଲାଇ ୧୪ରେ ଶେୟାର କରିଛନ୍ତି, ଭିଡିଓଟିକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

ଲୋକେ ଭିଡିଓ ଦେଖିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଯାଦୁଗରି କୌଶଳକୁ ଧରିଥିଲେ। ଜଣେ ୟୁଜର ଏକ ଫଟୋ ପୋଷ୍ଟ କରି ଏହା କିପରି ସମ୍ଭବ ହୋଇପାରେ ସେ ସମ୍ପର୍କରେ ଜଣାଇଛନ୍ତି। ସେହିପରି ଆଉ ଜଣେ ୟୁଜର ଏହା ଉପରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଜଣେ ବ୍ୟକ୍ତି କିପରି ସହଜରେ ଏପରି ବସିପାରିବ।

Share