Categories: ଫୁରସତ

ସୁମଧୁର ସ୍ବରରେ ଗୀତ ଗାଇଲେ ଏହି ବ୍ୟକ୍ତି, ଶୁଣିବା ପରେ ପକ୍ଷୀ ଦେଲା ଏମିତି ପ୍ରତିକ୍ରିୟା

ଜଣେ ବ୍ୟକ୍ତି ଏପରି ଏକ ଗୀତ ଗାଇଛନ୍ତି ଯାହା ଶୁଣି ପକ୍ଷୀଟିଏ ମଧ୍ୟ ତା’ର ପ୍ରତିକ୍ରିୟା ଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସୁନ୍ଦର ଭିଡିଓକୁ ଦେଖି ଲୋକେ ଭାବପ୍ରବଣ ହୋଇଯାଇଛନ୍ତି। ଲୋକେ ଗୀତ ଗାଇଥିବା ବ୍ୟକ୍ତିଙ୍କର ସୁମଧୁର ସ୍ବରକୁ ବେଶ୍‌ ପସନ୍ଦ କରିଛନ୍ତି। ସେହିପରି ପକ୍ଷୀର ପ୍ରତିକ୍ରିୟାକୁ ମଧ୍ୟ ପସନ୍ଦ କରିଛନ୍ତି। ଭିଡିଓଟିକୁ ସୋସିଆଲ ମିଡିଆରେ @swastikmastaan ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ମଧ୍ୟ ଲେଖିଛନ୍ତି।

କାର୍‌ର ବନେଟ୍‌ରେ ବସିଥିବା ପକ୍ଷୀ ସହିତ ଭିଡିଓଟି ଦେଖିବାକୁ ମିଳିଛି। ଏଥିରେ ବ୍ୟକ୍ତିଜଣକ ପକ୍ଷୀ ନିକଟରେ ଠିଆ ହୋଇଛନ୍ତି। କିଛି ସେକେଣ୍ଡ୍‌ ମଧ୍ୟରେ ସେ ଅତ୍ୟନ୍ତ ସୁମଧୁର କଣ୍ଠରେ ଗୀତ ଗାଉଛନ୍ତି। ଠିକ୍‌ ଏହି ସମୟରେ ପକ୍ଷୀଟି ମଧ୍ୟ ଗୀତ ଗାଇବା ଆରମ୍ଭ କରିଛି।

ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କ ସ୍ବରକୁ ବହୁତ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ବହୁତ ସୁନ୍ଦର ସ୍ବର’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ସୁନ୍ଦର’ ମୋ’ ମା ତୁମକୁ ଆଶୀର୍ବାଦ ଏବଂ ଢେର ସାରା ଭଲ ପାଇବା ପଠାଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ‘ଜାଣିନି କାହିଁକି, ଏହି ଭିଡିଓ ଦେଖିବା ପରେ ମୋ ଆଖିରେ ଲୁହ ଆସିଗଲା।’ଏହିପରି ଭାବରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

Share