Categories: ଫୁରସତ

ଜ୍ୱାଇଁଙ୍କ ସନ୍ତାନର ମା’ ହେଲେ ଏହି ମହିଳା: କାରଣ ଜାଣିଲେ ଶାଶୁଙ୍କୁ ପ୍ରଶଂସାରେ ପୋତି ପକାଇବେ

ମା’ ଏବଂ ଝିଅର ସମ୍ପର୍କ ସବୁଠାରୁ ଘନିଷ୍ଟ। ଜଣେ ମା’ ନିଜ ଝିଅର ଖୁସି ପାଇଁ ସବୁକିଛି କରିପାରେ। ଏବେ ଏମିତି କିଛି ଘଟଣା ଘଟିଛି ଦକ୍ଷିଣ ଓ୍ବେଲ୍ସରେ। ଜଣେ ମା’ ଝିଅର ଖୁସି ପାଇଁ ନିଜ ଜ୍ୱାଇଁର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
୪୯ ବର୍ଷୀୟ ଜୁଲିଙ୍କ ଝିଅ ହେଉଛନ୍ତି ଜେସିକା(୨୫)। ସେ ରିସ୍‌ ଜେଙ୍କିନ୍ସଙ୍କୁ ବିବାହ କରିଥିଲେ। ମାତ୍ର ଜେସିକା ସର୍ଭାଇକାଲ କ୍ୟାନସରରେ ପୀଡିତ ଥିଲେ। ତେଣୁ ସେ କେବେବି ମା’ ହୋଇପାରିବେ ନାହିଁ ବୋଲି ଡାକ୍ତର ତାଙ୍କୁ କହିଲେ। ଝିଅ ମା’ ହୋଇପାରିବେ ନାହିଁ ବୋଲି ଶୁଣିବା ପରଠାରୁ ଜୁଲିକା ଦୁଃଖରେ ଭାଙ୍ଗିପଡ଼ିଲେ। ତେଣୁ ସେ ନିଜ ଝିଅ ଏବଂ ଜ୍ୱାଇଁ ପାଇଁ ସରୋଗେସି ମା’ ହେବାକୁ ସ୍ଥିର କଲେ। ଏହା ପରେ ସେ ଚିକିତ୍ସା ଆରମ୍ଭ କଲେ। ଜୁଲିଙ୍କ ଗର୍ଭରେ ରିଜ୍‌ଙ୍କ ଶୁକ୍ରାଣୁ ଭର୍ତ୍ତି କରାଗଲା। ଏହା ପରେ ଜୁଲି କିଛି ଦିନ ମଧ୍ୟରେ ଗର୍ଭବତୀ ହେଲେ। ୯ ମାସ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଏଥିପାଇଁ ରିସ୍‌ ତାଙ୍କ ଶାଶୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କୁହନ୍ତି, ମୋ ମା’(ଶାଶୁ) ସବୁଠାରୁ ବେଷ୍ଟ। ତାଙ୍କ ପାଇଁ ଆଜି ମୁଁ ବାପା ହେବାରେ ସୌଭାଗ୍ୟ ପାଇପାରିଛି। ଜେସିକା କୁହନ୍ତି, ମୋ’ ମା’ ମୋ ଜୀବନ ବଦଳାଇ ଦେଇଛନ୍ତି। ମୋର ମା’ ହେବା ଅଭାବକୁ ମୋ’ ମା ପୂରଣ କରିଦେଇଛି। ରିସ୍‌ ଏବଂ ଜେସିକା ନିଜ ପୁଅ ଜ୍ୟାକ୍‌ ସହିତ ବହୁତ ଖୁସି ଅଛନ୍ତି।

Share