Categories: ଜାତୀୟ

୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ଗ୍ରାହକ ଚମ୍ପଟ

ନୂଆଦିଲ୍ଲୀ,୧୮।୧: ଜଣେ ବ୍ୟକ୍ତି ନିଜକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ବାସିନ୍ଦା ଏବଂ ଆବୁଧାବୀ ରାଜପରିବାରର କର୍ମଚାରୀ ପରିଚୟ ଦେଇ ଦିଲ୍ଲୀର ଲୀଲା ପ୍ୟାଲେସ୍‌ ହୋଟେଲରେ ପ୍ରାୟ ୪ ମାସ ରହିଥିଲେ। ସେ ହୋଟେଲର ୨୩ ଲକ୍ଷ ଟଙ୍କା ବିଲ୍‌ ପୈଠ ନ କରି ଚମ୍ପଟ ମାରିଛନ୍ତି। ମହମ୍ମଦ ଶରିଫ୍‌ ନାମକ ଏହି ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ଚୋରି ଓ ଭୁଲ୍‌ ପରିଚୟ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି। ପୋଲିସ କହିବା ଅନୁଯାୟୀ ଶରିଫ ଉକ୍ତ ପଞ୍ଚତାରକା ହୋଟେଲର ୪୨୭ ନମ୍ବର ରୁମ୍‌ରେ ଗତବର୍ଷ ଅଗଷ୍ଟ ୧ରୁ ନଭେମ୍ବର ୨୦ ଯାଏ ରହିଥିଲେ। ପରେ ସେ କାହାକୁ ନ ଜଣାଇ ହୋଟେଲ ଛାଡ଼ି ପଳାଇଯାଇଥିଲେ। ତାଙ୍କ ଉପରେ ୨୩ ଲକ୍ଷ ଟଙ୍କାର ହୋଟେଲ ବିଲ୍‌ ରହିଛି। ଯାଞ୍ଚ କରାଯିବାରୁ ତାଙ୍କ ପରିଚୟ ପତ୍ର ଓ ବିଜ୍‌ନେସ୍‌ କାର୍ଡ ଜାଲ୍‌ ବୋଲି ଜଣାପଡ଼ିଥିଲା।

Share