Categories: ଫୁରସତ

ବନ୍ୟାରେ କାର୍‌ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ଆଜିକାଲି ଦେଶର ଅନେକ ସ୍ଥାନରେ ବର୍ଷା ଯୋଗୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଲୋକମାନେ ଘରର ଛାତ ଉପରେ ରହିବାକୁ ବାଧ୍ୟ ହେଉଛନ୍ତି। କିଛି ସ୍ଥାନରେ ବନ୍ୟା ଜଳର ପ୍ରବାହରେ ଯାନବାହନ ମଧ୍ୟ ଭାସିଯାଉଛି। ଏଭଳି କ୍ରମରେ ତେଲେଙ୍ଗାନାରୁ ଏକ ଭିଡିଓ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଗଳିରେ ବନ୍ୟାପାଣି ପଶିଥିବା ଦେଖାଯାଉଛି। ଗୋଟିଏ ଗାଡ଼ି ଅଧା ବୁଡ଼ି ରହିଛି। ସେହିଭଳି ଛାତ ଉପରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି କାରର ଉଭୟ ପଟକୁ ଦଉଡିରେ ବାନ୍ଧିବା ପରେ ସେହି ଦଉଡିକୁ ଛାତର ବାଡ଼ରେ ବାନ୍ଧି ରଖିଛନ୍ତି। ଏହି ଦୃଷଶ୍ୟ ଦେଖିବା ପରେ ଚକିତ ହୋଇଯାଇଛନ୍ତି। ଦେଖନ୍ତୁ ଭିଡିଓ:

Siricilla is famous for KTR

ପରେ କେହି ପୁରା ଘଟଣାକୁ କ୍ୟାମେରାରେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏବେ ଏହା ଭାଇରାଲ ହେବାରେ ଲାଗିଛି। ହଜାର ହଜାର ଲୋକ ଭିଡିଓ ଦେଖି ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।

Share