Categories: ଜାତୀୟ

ମରଣ ମୁହଁରୁ ବର୍ତ୍ତିଲେ

ହାଇଦ୍ରାବାଦ, ୨୫।୧୧: ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଏକ ଅଘଟଣ ଟଳି ଯାଇଛି। ଜଣେ ୩୧ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଆଫ୍ରିକୀୟ ସିଂହର ଏନକ୍ଲୋଜର ମଧ୍ୟରେ ପ୍ରବେଶ କରିଥିଲେ। କୌଣସି ଅଘଟଣ ଘଟିବା ପୂର୍ବରୁ ଚିଡ଼ିଆଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି। ଜି. ସାଇ କୁମାର ନାମକ ଏହି ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ଏନକ୍ଲୋଜରରେ ପ୍ରବେଶ କରିବା ପରେ ସାଇ କୁମାର ପଥର ଉପରେ ବସି ସିଂହକୁ ଦେଖୁଥିବାବେଳେ ତାଙ୍କ ଆଡ଼କୁ ଚାହିଁ ସିଂହଟି ଗର୍ଜନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନ୍ୟମାନେ ତାଙ୍କୁ ପାଟି କରିବା ସହ ସତର୍କ ରହିବାକୁ କହିଥିଲେ। ଏହା ସତ୍ତ୍ୱେ ସେ ଏନକ୍ଲୋଜର ମଧ୍ୟକୁ ଡେଇଁ ପଡ଼ିଥିଲେ। ଲୋକଙ୍କ ଚିତ୍କାର ଶୁଣି କର୍ମଚାରୀମାନେ ପହଞ୍ଚତ୍ ସାଇ କୁମାରଙ୍କୁ ଉଦ୍ଧାର କରିଥିଲେ।

Share