Posted inଜାତୀୟ

ଅନଲାଇନରୁ ଅର୍ଡର କଲେ ଲକ୍ଷେ ଟଙ୍କାର ସୋନି ଟିଭି ହେଲେ ପ୍ୟାକେଟ ଦେଖି ଉଡିଗଲା ହୋସ୍‌

ନୂଆଦିଲ୍ଲୀ, ୨୬।୧୦: ଅନଲାଇନ ସପିଂବେଳେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଥିବ। କତେବେଳେ ଡିଫେକ୍ଟ ପ୍ରଡକ୍ଟ ମିଳୁଥିବ ତ କେତେବେଳେ ଅର୍ଡର କରୁଥିବା ଜିନିଷ ହିଁ ପ୍ୟାକେଟରେ ନ ଥିବ। ତେବେ ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଟିଭି ଅର୍ଡର କରି ଏପରି କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବ୍ୟକ୍ତିଜଣକ ଅନଲାଇନ ସପିଂ ସାଇଟ ଫ୍ଲିପକାର୍ଟରେ ସୋନି ଟିଭି ଅର୍ଡର କରିଥିଲେ। କିନ୍ତୁ ପ୍ରଡକ୍ଟ ଯେତେବେଳେ ରିସିଭ କରିଥିଲେ ସେଥିରୁ ଥମସନ ଟିଭ ବାହାରିଥିଲା। ଏପରି ଦେଖି ଗ୍ରାହକଜଣକ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି।

ସେ ଲେଖିଛନ୍ତି, ଫ୍ଲିପକାର୍ଟରୁ ଅକ୍ଟୋବର ୭ରେ ସୋନି ଟିଭି ଅର୍ଡର କରିଥିଲେ । ୧୦ରେ ସେ ପ୍ରଡକ୍ଟ ରିସିଭ କରିଥିଲେ । ଟିଭି ଇନଷ୍ଟଲ କରିବା ଲାଗି ୧୧ ତାରିଖରେ ସୋନି କମ୍ପାନୀର କର୍ମଚାରୀ ଆସିଥିସିବା ବେଳେ ଅନବକ୍ସିଂ ବେଳେ ବକ୍ସରୁ ଥମସନ ଟିଭି ବାହାରିଥିଲା । ଏପରିକି ବକ୍ସ ମଧ୍ୟରୁ ରିମୋର୍ଟ ଓ ଇନଷ୍ଟଲେସନ ସାମଗ୍ରୀ ମଧ୍ୟ ମିଳି ନ ଥିଲା । ଏନେଇ ତୁରନ୍ତ ଗ୍ରାହକ ଜଣଙ୍କ ଫ୍ଲିପକାର୍ଟକୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଫ୍ଲିପକାର୍ଟ ତାଙ୍କ କ୍ୱରି ସୋଲଭ କରିବା କରିବା ପାଇଁ ତାରିଖ ଘୁଞ୍ଚାଇ ଚାଲିଥିଲା।

ଟିଭିରେ ବିଶ୍ୱବିକପ ମ୍ୟାଚ ଦେଖିବା ଲାଗି ସେ ବିଗ୍‌ ବିଲିଅନ ଡେଜ ସେଲକୁ ଅପେକ୍ଷା କରିଥିଲେ । ସେଲରେ ଲକ୍ଷେ ଟଙ୍କାର ସୋନି ଟିଭି ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟରୁ ଯେତେବେଳେ ଅନ୍ୟ ଏକ କମ୍ପାନୀ ଓ କମ୍‌ ଦାମର ଟିଭି ବାହାରିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଫ୍ଲିପକାର୍ଟ ଏପର୍ଯ୍ୟନ୍ତ ସେହି ଟଭି ଫେରସ୍ତ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?