Categories: ଫୁରସତ

ଷ୍ଟେଶନରେ ଗର୍ଲଫ୍ରେଣ୍ଡଙ୍କୁ ଏମିତି ପ୍ରେମ ନିବେଦନ କଲେ ଯୁବକ, ଦେଖଣାହାରୀ ଚକିତ

ଗର୍ଲଫ୍ରେଣ୍ଡକୁ ମନାଇବା ପ୍ରତ୍ୟେକ ପ୍ରେମିକ ପାଇଁ ସ୍ବତନ୍ତ୍ର ହୋଇଥାଏ। ଡବଲିନରେ ଜଣେ ଯୁବକ ତାଙ୍କ ପାଇଲଟ (ଟ୍ରେନ୍‌ ଡ୍ରାଇଭର) ତଥା ଗର୍ଲଫ୍ରେଣ୍ଡକୁ ସେହି ଟ୍ରେନ ସମ୍ମୁଖରେ ସର୍ବସାଧାରଣରେ ପ୍ରେମ ନିବେଦନ କରି ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଡବଲିନର ପିୟର୍ସ ଷ୍ଟେଶନର ଶେଷ ପଏଣ୍ଟରେ ଟ୍ରେନ୍‌ ଆସି ଅଟକିଲା। ଏଥିରୁ ଯେତେବେଳେ ମହିଳା ଟ୍ରେନ୍‌ ଡ୍ରାଇଭର ଓହ୍ଲାଇଲେ ତାଙ୍କ ପ୍ରେମିକ ପହଞ୍ଚି ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ସମୟରେ ପ୍ରେମିକ ଜଣକ ଗର୍ଲଫ୍ରେଣ୍ଡଙ୍କୁ ଏକ ଫୁଲତୋଡ଼ା ମଧ୍ୟ ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ଚକିତ ହୋଇଯାଇଥିଲେ।

ଏହାପୂର୍ବରୁ କନୋର ଓ’ସୁଲିଭାନ ନାମକ ଜଣେ ଯୁବକ ଷ୍ଟେଶନରେ ଫୁଲତୋଡ଼ା ଧରି ଠିଆ ହୋଇଥିବା ଏବଂ ତୁମେ ମୋତେ ବିବାହ କରିବ କି ଲେଖାଥିବା ଏକ ବୋର୍ଡ ଧରି ତାଙ୍କ ପ୍ରେମିକାକୁ ଅପେକ୍ଷା କରିଥିବା ନଜର ଆସିଥିଲେ।

ଭିଡିଓ ଶେଷରେ ଦେଖିବାକୁ ମିଳିଛି ଟ୍ରେନ୍‌ରୁ ଓହ୍ଲାଇଥିବା ମହିଳା ପାଇଲଟ ଜଣକ କହୁଛନ୍ତି, ମୁଁ ଖ୍ରୀଷ୍ଟମାସ ପାଇଁ ସେପରି କିଛି ଆଶା କରୁଥିଲି, କିନ୍ତୁ ରେଳ ଷ୍ଟେଶନରେ ଏପରି ଘଟିବ ବୋଲି ମୁଁ କେବେ ଭାବି ନ ଥିଲି।

ଭାଇରାଲ ଭିଡିଓକୁ ଶେୟାର କରି ଜଣେ ୟୁଜର @Clodagh1990 ଲେଖିଛନ୍ତି, ୧୩ ଘଣ୍ଟାର ବ୍ୟସ୍ତ ଶିଫ୍ଟ ପରେ ଏପରି କିଛି ହୋଇପାରେ ବୋଲି ମୁଁ ଭାବୁନାହିଁ। ଅନ୍‌ଲାଇନ୍‌ରେ ଭିଡିଓ ଶେୟାର ହେବା ପରଠାରୁ ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଅନେକ ଲୋକ ଏଭଳି ପ୍ରସ୍ତାବ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି।

Share