Categories: ଫୁରସତ

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ ଲୋକମାନଙ୍କ ପାଇଁ ନିଜ ସିଟ୍‌ ଛାଡ଼ି ଦେଇଥାନ୍ତି। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ସିଟ୍‌ରେ ବସିଥିବା ବେଳେ ଜଣେ ଯୁବତୀ ହାତରେ ଶିଶୁ ଧରି ଛିଡ଼ା ହୋଇଥିବା ଦେଖାଯାଉଛି। ଯୁବକଜଣଙ୍କ ଏହା ଦେଖି ନିଜର ସିଟ୍‌ଟି ତାଙ୍କୁ ବସିବାପାଇଁ ଛାଡ଼ି ଦେଉଛନ୍ତି। ହେଲେ ତା’ ପରେ ଯାହା ହୁଏ ତାକୁ ଦେଖି ସେ ତାଜୁବ ହୋଇଯାଉଛନ୍ତି।

ଘଟଣାଟି ଏପରି। ଯୁବତୀଙ୍କ ହାତରେ କମ୍ବଳରେ ଗୁଡ଼ା ଯାଇଥିବା ଏକ ଶିଶୁ ଥିବା ଭଳି ପ୍ରତିତ ହୋଇଥାଏ। ହେଲେ ସେ ସିଟ୍‌ରେ ବସିବା ମାତ୍ରେ କମ୍ବଳଟିକୁ ଖୋଲି ଦିଅନ୍ତି। ସେଥିରେ ଏକ କଣ୍ଡେଇ ଗୁଡ଼ା ଯାଇଥିବା ଦେଖିବାକୁ ମିଳିଥାଏ। ଏହାଦେଖି ଯୁବକଜଣଙ୍କ ଚକିତ ହୋଇ ଝିଅଙ୍କୁ ବଲବଲ କରି ଚାହିଁଥାନ୍ତି।

ଭାଇରାଲ ହେଉଥିବା ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଅର୍‌ବାନ ଜାଟ୍ସ ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ୧୨ ହଜାରରୁ ଅଧିକ ଲୋକ ଇତିମଧ୍ୟରେ ଦେଖିସାରିଲେଣି। ସେହିଭଳି କିଛି ଲୋକ ଯୁବତୀଜଣଙ୍କୁ ଚତୁର ବୋଲି କମେଣ୍ଟ କରୁଛନ୍ତି।

Share