Posted inଜାତୀୟ

ଯୁବତୀଙ୍କୁ କମେଣ୍ଟ ମାରିବା ପରେ ହାତଧରି ଅଟୋ ଭିତରକୁ ଟାଣି ନେବାକୁ ଉଦ୍ୟମ, ସିସିଟିଭିରେ ରେକର୍ଡ ହେଲା ସମସ୍ତ ଘଟଣା

ମୁମ୍ବାଇ,୧୫ ।୧୦: ମହାରାଷ୍ଟ୍ରର ପୁଣେରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଅଟୋ ଚଳାକ ୨୨ ବର୍ଷିୟା ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ଜୋର ଜବରଦସ୍ତ ଅଟୋ ମଧ୍ୟକୁ ଘୋଷାଡି ନେବାକୁ ଚେଷ୍ଟା କରି ବିଫଳ ହେବାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଠାଣେ ପୋଲିସର ସୂଚନା ଅନୁଯାୟୀ, ଘଟଣା ପ୍ରାୟ ସକାଳ ୬ଟା ୪୫ରେ ଠାଣେ ରେଲୱେ ଷ୍ଟେଶନ ନିକଟରେ ଘଟିଛି । ଛାତ୍ରୀ ଜଣକ କଲେଜ ଯିବା ସମୟରେ ବାଟରେ ଠିଆ ହୋଇଥିବା ଏକ ଅଟୋକୁ କ୍ରସ କରିବା ସମୟରେ ସେଥିରେ ଥିବା ଅଟୋଚାଳକ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଟିପ୍ପଣି କରିଥିଲେ । ଛାତ୍ରୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଅଟୋ ଚଳାକ ତାଙ୍କୁ ଅଟୋ ମଧ୍ୟକୁ ଟାଣି ନେବାକୁ ଚେଷ୍ଟା କରିଥିଲେ । ହେଲେ ସେ ନ ଯିବାରୁ ତାଙ୍କ ହାତ ଧରି ଖୁବ ଜୋରରେ ଅଟୋ ସହ ଛାତ୍ରୀଙ୍କୁ କିଛି ବାଟ ଘୋଷାଡି ନେଇ ପରେ ଛାଡି ଚାଲିଯାଇଥିଲେ । ଏଥିରେ ଛାତ୍ରୀ ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି । ଏ ସମସ୍ତ ଘଟଣା ନିକଟରେ ଥିବା ସିସିଟିଭିରେ ରେକର୍ଡ ହୋଇଛି । ଏବେ ପୋଲିସ ଧାରା ୩୫୪ ଓ ୩୫୪ଏ ଆଧାରରେ ମାମଲା ରୁଜୁ କରି ଏକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ।

https://twitter.com/ANI/status/1580999969192185856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1580999969192185856%7Ctwgr%5E8cc374b77fccb3c6d604b68cf2a88df4a5b652f3%7Ctwcon%5Es1_&ref_url=https%3A%2F%2Fwww.amarujala.com%2Findia-news%2Fman-molested-girl-in-maharashtra-and-tried-to-drag-her-into-auto-by-holding-hands


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri