Categories: ଫୁରସତ

୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିବାହ ସ୍ବତନ୍ତ୍ର ହୋଇଥାଏ। କୁହାଯାଏ, ଜଣେ ବ୍ୟକ୍ତି ଜୀବନରେ ଥରେ ବିବାହ କରନ୍ତି। ତେଣୁ ସେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବନ୍ଦୋବସ୍ତ କରିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ କିଛି ଲୋକ ଏକାଧିକ ଥର ବିବାହ କରନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ସାଉଦି ଆରବର ୬୩ ବର୍ଷୀୟ ଆବୁ ଅବଦୁଲ୍ଲା। ସେ ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି। ଯାହାକୁ ନେଇ ଅନେକ ଚର୍ଚ୍ଚା।

କିନ୍ତୁ ଆବୁ ଏହାକୁ ଆଶ୍ଚର୍ଯ୍ୟଜନକ ମନେ କରନ୍ତି ନାହିଁ। ବିବାହ କରିବାର କାରଣ ମଧ୍ୟ ବହୁତ ଅଦ୍ଭୁତ ଅଟେ। ଏକ ସାକ୍ଷାତକାରରେ କହିଛନ୍ତି, ସେ ନିଜ ଖୁସି ପାଇଁ କିମ୍ବା କେବଳ ସମ୍ପର୍କ ସ୍ଥାପନ କରିବା ପାଇଁ ୫୩ ଥର ବିବାହ କରିନାହାନ୍ତି ବରଂ ଜୀବନ ଏବଂ ମାନସିକ ଶାନ୍ତିରେ ସନ୍ତୁଳନ ହାସଲ କରିଛନ୍ତି।

ତାଙ୍କର ପ୍ରଥମ ବିବାହ ୨୦ ବର୍ଷ ବୟସରେ ହୋଇଥିଲା। ତାଙ୍କ ପ୍ରଥମ ଆବୁଙ୍କଠାରୁ ୬ ବର୍ଷ ବଡ଼ ଥିଲେ। ସେ ଖୁସି ଥିଲେ, ତାଙ୍କର ମଧ୍ୟ ସନ୍ତାନ ଥିଲେ। କିନ୍ତୁ କିଛି ଦିନ ପରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ସେ ପୁଣି ବିବାହ କରିବାକୁ ସ୍ଥିର କଲେ। ୨୩ ବର୍ଷ ବୟସରେ ସେ ଦ୍ୱିତୀୟ ଥର ବିବାହ କରିଥିଲେ। କିନ୍ତୁ ଏହା ପରେ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଜଟିଳତାକୁ ଏଡ଼ାଇବା ପାଇଁ ସେ ତୃତୀୟ ଥର ଏବଂ ପରେ ଚତୁର୍ଥ ଥର ବିବାହ କରିଥିଲେ। ଯେତେବେଳେ ସେହି ମହିଳାମାନଙ୍କ ମଧ୍ୟରେ ଝଗଡ଼ା ଅଧିକ ହେଲା, ସେତେବେଳେ ଆବୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଦେଲେ।

 

ଏପରିକି ଆବୁ କିଛି ବିବାହ କେବଳ ଗୋଟିଏ ରାତି ପାଇଁ ବି କରିଥିଲେ। ସେ କହିଛନ୍ତି, ଏତେ ସଂଖ୍ୟକ ବିବାହ କରିବାର କାରଣ ସେ ନିଜ ପାଇଁ ଜଣେ ଏମିତି ସ୍ତ୍ରୀ ଚାହୁଁଛନ୍ତି ଯିଏ ତାଙ୍କୁ ବୁଝିବେ ଏବଂ ତାଙ୍କୁ ଖୁସିରେ ରଖିବେ। ସେ ପ୍ରତ୍ୟେକ ସ୍ତ୍ରୀଙ୍କୁ ଭଲ ବ୍ୟବହାର କରୁଥିଲେ। ୪୩ ବର୍ଷରେ ସେ କେବଳ ସାଉଦି ମହିଳାମାନଙ୍କ ସହିତ ନୁହେଁ, ବିଦେଶୀ ମହିଳାମାନଙ୍କକୁ ମଧ୍ୟ ବିବାହ କରିଥିଲେ। ସେ ୩-୪ ମାସ ପର୍ଯ୍ୟନ୍ତ ବ୍ୟବସାୟ ଭ୍ରମଣରେ ଯାଇ ବିଦେଶରେ ରହୁଥିଲେ। ଏହି ସମୟରେ ଅନେକ ମହିଳାଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେଠାରେ ମଧ୍ୟ କିଛି ମହିଳାଙ୍କୁ ବିବାହ କରିଥିଲେ। ଏମିତି ସେ ୫୩ ସ୍ତ୍ରୀଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଏହାପରଠାରୁ ସେ ଆଉ ବିବାହ କରିବାକୁ ଚାହୁଁନାହାନ୍ତି।

Share