Categories: ଫୁରସତ

ପ୍ରେସର କୁକର୍‌କୁ ବିବାହ କରି ଚର୍ଚ୍ଚାରେ ଏହି ଯୁବକ; ଫଟୋ ଶେୟାର କରି…

ବିବାହ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। ସେ ପୁଅ ହୁଅନ୍ତୁ ଅବା ଝିଅ, ଏହି ଦିନକୁ ନେଇ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି। ଜୀବନସାଥୀ ତାଙ୍କୁ ବହୁତ ଭଲପାଆନ୍ତୁ ବୋଲି ସମସ୍ତେ ଚାହାନ୍ତି। ହେଲେ ବିବାହକୁ ନେଇ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚମକାଇ ଦେଇପାରେ। ଜଣେ ଯୁବକ ଯୁବତୀଙ୍କୁ ନୁହେଁ ବରଂ ପ୍ରେସର କୁକୁରଙ୍କୁ ବିବାହ କରିଛନ୍ତି। ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିବାହର ଅନେକ ଅଜବଗଜବ ମାମଲା ଶୁଣିବାକୁ ମିଳିଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଇଣ୍ଡୋନେସିଆର ଜଣେ ଯୁବକ ଇଲେକ୍ଟ୍ରିକ୍‌ ପେସର କୁକରକୁ ବିବାହ କରିଛନ୍ତି। ବିଶ୍ୱାସ ନ ଲାଗିଲେ ବି କଥାଟି ସତ। ଯୁବକଜଣଙ୍କ ହେଲେ ଖୋଇରୁଲ ଅନାମ୍‌। ସେ ନିଜେ ଏନେଇ ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି।

ଖୋଇରୁଲ ବିବାହ ଫଟୋ ଛାଡ଼ିବା ପରେ ଏହା ବେଶ ଭାଇରାଲ ହେଉଛି। ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଏହି ଫଟୋକୁ ଶେୟାର କରୁଛନ୍ତି। ଫଟୋରେ ମଧ୍ୟ ଆପଣ ଉକ୍ତ ଯୁବକଙ୍କୁ ଦେଖିପାରୁଥିବେ। ସେ ବିବାହ ପୋଷାକ ପିନ୍ଧିଥିବା ବେଳେ ହାତରେ ପ୍ରେସର କୁକରକୁ ଧରିଛନ୍ତି। ଫଟୋରେ ଅନେକ ମଜାଳିଆ କମେଣ୍ଟ ଦେଉଥିବା ଦେଖାଯାଉଛି।

Share