Categories: ଫୁରସତ

ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…

ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା ଗାଁର ବିକାଶ କାମରେ ଖର୍ଚ୍ଚ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ବ୍ୟାଙ୍କରୁ ଲୋନ୍‌ ନେଇ ଗାଁର ପୂରା ଚିତ୍ର ବଦଳାଇ ଦେଇଛନ୍ତି।

ଉତ୍ତରପ୍ରଦେଶର ହୈଦରପୁର ଗାଁର ରାମଗୋପାଳ ଦୀକ୍ଷିତ ଗାଁକୁ ବିକଶିତ କରିବା ପାଇଁ ଶପଥ ନେଇଥିଲେ। ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରି ସେ ଗାଁର ବିକାଶ କରାଇଛନ୍ତି।

ରାମଗୋପାଳ ଦୀର୍ଘବର୍ଷ ତଳେ ପଢ଼ିସାରିବା ପରେ ଦିଲ୍ଲୀ ଚାଲି ଚାଲିଯାଇଥିଲେ। ସେଠାରେ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ରାମଗୋପାଳ ଗାଁକୁ ଆସିଥିଲେ। ରାସ୍ତାର ଦୁରାବସ୍ଥା ଦେଖି କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିଲେ। କାରଣ ସ୍ଥାନୀୟ ଜନପ୍ରତିନିଧି ଗାଁର ରାସ୍ତାଘାଟ ପ୍ରତି ଦୃଷ୍ଟି ଦେଉ ନ ଥିଲେ। ଗାଁକୁ ଭଲ ରାସ୍ତାଟିଏ ନ ଥିଲା କି ବିଜୁଳି ନ ଥିଲା କି ପିଇବା ପାଣିର ସୁବିଧା ନ ଥିଲା। ରାମଗୋପାଳ ଗାଁର ବିକାଶ କରିବା ପାଇଁ ସଂକଳ୍ପ ନେଇଥିଲେ।

ନିଜ ରୋଜଗାରରେ ପୂରା ଗାଁଟାକୁ ଏବେ ରାମଗୋପାଳ ବଦଳାଇ ଦେଇଛନ୍ତି। ନିଜ ଜମି ଦାନ କରି ସେଠାରେ ଏକ କମ୍ୟୁନିଟି ହଲ୍‌ ବି ନିର୍ମାଣ କରିଛନ୍ତି। ଗାଁରେ ଥିବା ବିଦ୍ୟାଳୟରେ ଶୌଚାଳୟ ନ ଥିଲା। ତାକୁ ମଧ୍ୟ ରାମଗୋପାଳ ନିର୍ମାଣ କରାଇଛନ୍ତି।

ଗାଁ ବିକାଶ କାର୍ଯ୍ୟରେ ରାମଗୋପାଳ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବ୍ୟାଙ୍କରୁ ୬୫ ଲକ୍ଷ ଟଙ୍କା ଲୋନ୍‌ ନେଇଛନ୍ତି।

Share