ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି ସାମଗ୍ରୀ। ଇଚ୍ଛା ଥିଲା ପୁଅ, ବୋହୂ, କୁନି ନାତିଙ୍କ ସହ କିଛିଦିନ ସମୟ ବିତାଇଥାନ୍ତେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଗଁାରୁ ଆଖିରେ ଅସୁମାରି ସ୍ବପ୍ନ ନେଇ ଆସିଥିବା ମଣିଷଟିର ବାଟରେ ଛକି ବସିଥିଲା ମୃତ୍ୟୁ। ଭୁବନେଶ୍ୱର ପଳାଶୁଣୀ ଛକ ଜାତୀୟ ରାଜପଥକୁ ପାର ହେବାବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଗୁରୁବାର ପୂର୍ବାହ୍ନରେ ଘଟିଥିଲା ଏଭଳି ଏକ ଦୁଃଖଦ ଘଟଣା। ମୃତକ ହେଲେ ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗଁାର ପ୍ରଶାନ୍ତ କୁମାର ବେଜ (୫୫)। ପ୍ରଶାନ୍ତଙ୍କୁ ବାଇକ ଧକ୍କା ଦେବା ପରେ ସେ ତଳେ ପଡ଼ିଯିବାରୁ ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ବ୍ୟବଚ୍ଛେଦ ପରେ ପ୍ରଶାନ୍ତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଶାନ୍ତଙ୍କ ପୁଅ ପାର୍ଥସାରଥିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା (ନଂ.୬୩୩/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ବେଳର ସିସିଟିଭି ଭିଡିଓ ଭାଇରାଲ ହେଉଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ ଓ ଟ୍ରକକୁ ଚିହ୍ନଟ କରି ଚାଳକଙ୍କୁ ଧରିବାକୁ ଖୋଜାଖୋଜି କରୁଛି। ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ପୁଅ ପାର୍ଥସାରଥି ପଟିଆ ରେଳଷ୍ଟେଶନ ନିକଟରେ ଭଡ଼ାଘରେ ପରିବାର ସହ ରୁହନ୍ତି।

ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ସେ କାମ କରି ପରିବାର ଚଳାନ୍ତି। ପ୍ରଶାନ୍ତ ଭଦ୍ରକରୁ ବସ୍‌ରେ ଆସୁଥିବା ନେଇ ପାର୍ଥସାରଥିଙ୍କୁ ସକାଳେ କଲ୍‌ କରି ଜଣାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୧୦ରେ ପଳାଶୁଣୀ ଦୁର୍ଗାମଣ୍ଡପ ସାମ୍ନାରେ ପ୍ରଶାନ୍ତ ବସ୍‌ରୁ ଓହ୍ଲାଇଥିଲେ। ଏପଟେ ତାଙ୍କୁ ନେବା ପାଇଁ ପାର୍ଥସାରଥି ମଧ୍ୟ ପଟିଆରୁ ବାହାରି ଆସିଥିଲେ। ଏହି ସମୟରେ ପ୍ରଶାନ୍ତ ଦୁଇଟି ବ୍ୟାଗ ଧରି କିଛି ସମୟ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଗାଡ଼ି ଚଳାଚଳ ସାମାନ୍ୟ କମିଯିବା ପରେ ପ୍ରଶାନ୍ତ ରାସ୍ତାର ଅପରପାର୍ଶ୍ୱକୁ ଯାଉଥିଲେ। ଏହି ସମୟରେ କଟକ ପାର୍ଶ୍ୱରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରଶାନ୍ତ ରାସ୍ତାରେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ଏକ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ପଳାଇଥିଲା। ତାଙ୍କ ଦୁଇ ବ୍ୟାଗରେ ଥିବା ସାମଗ୍ରୀଗୁଡ଼ିକ ରାସ୍ତାରେ ବିଛାଡ଼ି ହୋଇଯାଇଥିଲା। ବାଇକ ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତେବେ ଦୁର୍ଘଟଣା ପରେ କିଛିସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ସେଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୫ ମାସ ତଳେ ଶିଳାନ୍ୟାସ ହୋଇଥିବା ବେଳେ ଏହି କାମ କେବଳ ମାଟିଖୋଳାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ରାସ୍ତା ମଝିରେ ରୁଣ୍ଡ ହୋଇ ପ୍ରତିବାଦ କରିବାରୁ କଟକ ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ କିଛିସମୟ ଅଟକି ରହିଥିଲା। ପୋଲିସ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ଏହି ସ୍ଥାନରେ ବାରମ୍ବାର ଗାଡ଼ି ଧକ୍କାରେ ବହୁ ଜୀବନ ଯାଉଛି। ଗତ ମେ’ ୯ରେ ଟ୍ରକ୍‌ ଧକ୍କାରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୧୩ରେ ସିରିଜ୍‌ ଦୁର୍ଘଟଣାରେ ୫ଜଣ ଆହତ ହୋଇଥିଲେ। ଅକ୍ଟୋବର ୬ରେ ମଧ୍ୟ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ତୁରନ୍ତ ଫୁଟ୍‌ ଓଭରବ୍ରିଜ୍‌ କାମ ନେଇଥିବା ଠିକାଦାର କେବଳ ମାଟିଖୋଳି ଛାଡ଼ିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri